
ନୂଆଦିଲ୍ଲୀ ,୦୫/୧୧/୨୧ (ଜିଲ୍ଲା ଖବର ) : ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ନିକଟରେ ଦୀପାବଳି ଅବସରରେ ତାଙ୍କ ପୁଅ ଇଶାନଙ୍କର ପ୍ରଥମ ଝଲକ ସେୟାର କରିଛନ୍ତି । ୟଶ ଦାସଗୁପ୍ତା ଏବଂ ପୁଅଙ୍କ ସହ ପ୍ରଥମ ଥର ପାଇଁ ଫଟୋ ସେୟାର କରିଛନ୍ତି ସେ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ନୁସରତ୍ ଙ୍କ ଫଟୋ ହେଉ ବା ଭିଡିଓ , ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ ।
ତେବେ ଦୀପାବଳି ଅବସରରେ ସେୟାର କରିଥିବା ଫଟୋରେ ସେ ବାଇଗଣୀ ରଙ୍ଗର ଶାଢୀରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏଥିରେ କେବଳ ସେ ବାଇଗଣୀ ରଙ୍ଗ ଶାଢୀରେ ନଜର ଆସୁ ନାହାଁନ୍ତି ବରଂ ତିନି ଜଣ ଏକା ରଙ୍ଗର ଆଉଟଫିଟରେ ନଜର ଆସୁଛନ୍ତି । ତେବେ ପ୍ରଥମ ଥର ପାଇଁ ପୁଅର ଫଟୋ ସେୟାର କରିଛନ୍ତି ନୁସରତ୍ । ଯାହା ଏବେ ବେଶ ଭାଇରାଲ ହେଉଛି ।


