
ନୂଆଦିଲ୍ଲୀ, ୦୫/୧୧/୨୧ (ଜିଲ୍ଲା ଖବର ) : ଟେଲି ଦୁନିଆର ଜଣାଶୁଣା ଅଭିନେତା ତଥା ଆଙ୍କର Rithvik Dhanjaniଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ୫ ନଭେମ୍ବର ୧୯୮୮ରେ ମଧ୍ୟପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ । ହେଲେ ତାଙ୍କ ଜନ୍ମ ପରେ ତାଙ୍କ ପରିବାର ଦୁବାଇ ଚାଲି ଯାଇଥିଲେ । ସେଠାରେ ସେ ତାଙ୍କ ସ୍କୁଲ ପାଠପଢା ଶେଷ କରିଥିଲେ ଏବଂ ସିଟି ଅଫ୍ ଲଣ୍ଡନ କଲେଜରେ ସେ ଗ୍ରାଜୁଏସନ କରିଥିଲେ ।
କଲେଜରେ ପଢିବା ସମୟରେ ତାଙ୍କର ମଡେଲିଂ ଏବଂ ଆକ୍ଟିଂ ପ୍ରତି ରୁଚି ବଢିଥିଲା । ଏହାପରେ ସେ ଥିଏଟର କରିବା ଆରମ୍ଭ କରିଥିଲେ । ଦୁବାଇରେ ଅନେକ ସମୟ ଯାଏ ସେ ଥିଏଟର କରିବା ପରେ ମୁମ୍ବାଇ ଆସି , ଅଭିନେତା ଭାବେ କ୍ୟାରିୟର କରିବାକୁ ନିଷ୍ପତି ନେଇଥିଲେ । ମୁମ୍ବାଇ ଆସିବା ପରେ, ସେ କିଶୋର ନମିତ୍ କପୁର ଇନଷ୍ଟିଚ୍ୟୁଟରେ ଆକ୍ଟିଂ କୋର୍ସ କରିଥିଲେ । ଏବଂ ତାପରେ ସେ ଟେଲି ଦୁନିଆରେ ପାଦ ଥାପିଥିଲେ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଛନ୍ତି ଏବଂ ସଫଳତାର ସିଢି ଚଢୁଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ଅର୍ଗସ୍ ପରିବାର ତରଫରୁ ତାଙ୍କୁ ଅନେକ ଅନେକ ଶୁଭକାମନା ।


