Tuesday, October 13, 2026
Home ଅପରାଧ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

17

ବ୍ରହ୍ମପୁର, ୦୫/୧୧/୨୧ (ଜିଲ୍ଲା ଖବର ) : କନ୍ଧମାଳ ଜାତୀୟ ରାଜପଥ-59 ଅବରୋଧ। ବାଲିଗୁଡା ମେଡ଼ିକାଲ ସାମ୍ନାରେ ରାସ୍ତାରୋକ କରାଯାଇଛି। ବ୍ରହ୍ମପୁର ରୁ ରାୟଗଡା ମୁଖ୍ୟ ରାସ୍ତା ବନ୍ଦ। ଗତକାଲି ରାତିରେ ବାଲିଗୁଡା ଚିକିତ୍ସାଳୟରେ ଚିକିତ୍ସାରେ ତ୍ରୁଟି ଏବଂ ଭୁଲ ଇଞ୍ଜେକ୍ସନ ପାଇଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଛି।

50ଲକ୍ଷ କ୍ଷତିପୂରଣ ସହ ସଠିକ ତଦନ୍ତ ଏବଂ ପରିବାରର ଜଣକୁ ଚାକିରୀ ଦେବାକୁ ଦାବି। ମୃତକ ହେଲେ  ସୋଲାଗୁଡା ପଞ୍ଚାୟତ ତେରେଲେପଙ୍ଗା ଗାଁର ରବିଚନ୍ଦ୍ର ଦିଗାଳ। ରବିଚନ୍ଦ୍ର ପ୍ରଥମେ ଜ୍ୱରରେ ଆକ୍ରାନ୍ତ ହେବା ପରେ ବାଲିଗୁଡା ହସ୍ପିଟାଲକୁ କାଲି ସନ୍ଧ୍ୟା ସମୟରେ ଚିକିତ୍ସା ପାଇଁ ଆସିଥିଲେ।