Monday, November 16, 2026
Home ଆଞ୍ଚଳିକ ଚେହେରାକୁ ନେଇ ଟ୍ରୋଲ୍ ହେଲେ କ୍ୟାଟ୍

ଚେହେରାକୁ ନେଇ ଟ୍ରୋଲ୍ ହେଲେ କ୍ୟାଟ୍

10

ନୂଆଦିଲ୍ଲୀ, ୦୫/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସବୁବେଳେ ତାଙ୍କର ଅଭିନୟ,ଡାନ୍ସ  ସହିତ ତାଙ୍କର ଲୁକ ଏବଂ ଷ୍ଟାଇଲକୁ ନେଇ ମଧ୍ୟ ପରିଚିତ । ତେବେ ବର୍ତ୍ତମାନ୍ କ୍ୟାଟ୍ରିନା ତାଙ୍କର  ଫିଲ୍ମ ‘ସୂର୍ଯ୍ୟବଂଶୀ’  କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଏଥିରେ ତାଙ୍କ ସହିତ ଅଭିନେତା ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ଏହାରି ମଧ୍ୟରେ କ୍ୟାଟ୍ ତାଙ୍କ ଲୁକକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି ।

କ୍ୟାଟ୍ରିନା ଏକ ମାଗାଜିନ କଭର ପାଇଁ ଫଟୋସୁଟ୍ କରିଛନ୍ତି । ଏଥିରେ ତାଙ୍କ ଚେହେରାକୁ ନେଇ ସେ ଟ୍ରୋଲ ହେଉଛନ୍ତି । କାହିଁକି ନାଁ , ଏଥିରେ ତାଙ୍କ ଚେହେରା ପୂର୍ବ ଚେହେରା ଭଳି ନାହିଁ ବରଂ କିଛି ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି । ଅନେକ ଲୋକ ଅଭିନେତ୍ରୀଙ୍କୁ ଟ୍ରୋଲ କରି କହିଛନ୍ତି ଯେ, ସେ ଅଲ୍ ବୋଟକ୍ସ। କିନ୍ତୁ ଏନେଇ ଅଭିନେତ୍ରୀ ବୋଟକ୍ସ ବିଷୟରେ କୌଣସି କଥା ନିଶ୍ଚିତ କରିନାହାଁନ୍ତି ।