Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା, ଆଥିୟା ଶେଟ୍ଟୀ

ଜନ୍ମଦିନର ଶୁଭେଚ୍ଛା, ଆଥିୟା ଶେଟ୍ଟୀ

6

ନୂଆଦିଲ୍ଲୀ, ୦୫/୧୧/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କ ଆଜି ଜନ୍ମଦିନ  । ଆଜି ସେ ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି ।  ୫ ନଭେମ୍ବରରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା ତଥା ନିର୍ମାତା ସୁନୀଲ ଶେଟ୍ଟୀଙ୍କ ଝିଅ ହେଉଛନ୍ତି ଆଥିୟା । ଘରେ ଅଭିନୟର ମାହୋଲ ଥିବାରୁ , ପିଲାବେଳୁ ବଲିଉଡରେ ପ୍ରବେଶ କରିବାକୁ ଇଚ୍ଛା ରଖିଥିଲେ ଆଥିୟା । ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିଛନ୍ତି ସେ । ଆଜି ଯାଏ ସେ ଅନେକ ଫିଲ୍ମରେ କାମ କରିଛନ୍ତି ସତ, ହେଲେ ବିଶେଷ ସଫଳତା ହାସଲ କରି ପାରି ନାହାଁନ୍ତି । ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ନ୍ୟୁୟର୍କ ଫିଲ୍ମ ଏକାଡେମିରେ ଗ୍ରାଜୁଏସନ କରିଥିଲେ ।

ଅଭିନୟ ବ୍ୟତୀତ ଡାନ୍ସ କରିବାକୁ ଭାରି ଭଲ ପାଆନ୍ତି ଆଥିୟା । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।