
ନୂଆଦିଲ୍ଲୀ, ୦୫/୧୧/୨୧ (ଜିଲ୍ଲା ଖବର ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ ଶୁକ୍ରବାର ଦିନ କେଦାରନାଥରେ ପହଞ୍ଚିଛନ୍ତି। ସକାଳ ୭.୫୫ ମିନିଟ୍ରେ କେଦାରନାଥ ଧାମରେ ପହଞ୍ଚିଥିଲେ ମୋଦି। ମୋଦି ସେଠାରେ ବାବାଙ୍କର ପୂଜା –ଅର୍ଚ୍ଚନା କରିବା ସହ ଜଳାଭିଷେକ କରିଛନ୍ତି। ଏଥିସହିତ କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତି ଲୋକାର୍ପଣ କରିଥିଲେ ମୋଦି। ୩୫ ଟନ୍ ଓଜନବିଶିଷ୍ଟ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା।
ଏହା ବ୍ୟତିରେକେ, ଏହି ଐତିହାସିକ ଗସ୍ତରେ ପ୍ରଧାମନ୍ତ୍ରୀ ମୋଦି ସେଠାରେ ଅନ୍ୟାନ୍ୟ ଅନେକ ପ୍ରକଳ୍ପର ଶୁଭ ଉନ୍ମୋଚନ କରିବା ସହ ଉକ୍ତ ହିମାଳୟ ମନ୍ଦିର ଅଞ୍ଚଳରେ ପ୍ରାୟ ୪୦୦ କୋଟି ଟଙ୍କାର କେଦାରପୁରୀ ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିବେ।


