
ବାଲେଶ୍ୱର, ୦୫/୧୧/୨୧ (ଜିଲ୍ଲା ଖବର ) : ନୀଳଗିରି ପଣ୍ଡା ଅଫିସ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆମ୍ବୁଲାନ୍ସ ଧକ୍କାରେ ଯୁବକ ମୃତ୍ୟୁ। ରୋଗୀ ଛାଡି ପୁନ୍ଦାଳରୁ ଫେରୁଥିବା ଆମ୍ବୁଲାନ୍ସଟି ନୀଳଗିରିର ପଣ୍ଡା ଅଫିସ ଛକରେ ବାଇକରେ ଯାଉଥିବା ଯୁବକ ଭକ୍ତ ଲୋଚନ ସାହୁଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଭକ୍ତ ଲୋଚନ ସାହୁଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭର ସମେତ ଦୁଇ ଯୁବକ ଓ ଆମ୍ବୁଲାନ୍ସଟିକୁ ନୀଳଗିରି ଥାନାରେ ଅଟକ ରଖି ତଦନ୍ତ କରୁଛି।



