
କନ୍ଧମାଳ,୦୫/୧୧/୨୧ (ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ। ଦୁଇଦିନରେ 284 ଏକର ଜମିରୁ 28 କୋଟି ଟଙ୍କାରୁ ଊର୍ଦ୍ଧ୍ବ ବେଆଇନ ଗଞ୍ଜେଇ ଗଛକାଟି ସଫା କରିଛି ଜିଲ୍ଲା ଅବକାରି ବିଭାଗ।
ପ୍ରଥମ ଦିନରେ ବେଆଇନ ଭାବେ ଲଗା ଯାଇଥିବା 133 ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି। ସେହିପରି ଦ୍ବିତୀୟ ଦିନରେ 151 ଏକର ଜମିରୁ ଗଞ୍ଜେଇ ଗଛ କାଟି ପୋଡିନଷ୍ଟ କରିଛି ପୋଲିସ।


