Wednesday, November 11, 2026
Home ଆଞ୍ଚଳିକ ଦୀପାବଳିରେ ବାଣ ଫୁଟି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ

ଦୀପାବଳିରେ ବାଣ ଫୁଟି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ

14

ଭୁବନେଶ୍ୱର, ୦୫/୧୧/୨୧ (ଜିଲ୍ଲା ଖବର ) : ଗୁରୁବାର ଦୀପାବଳିରେ ବାଣ ଫୁଟି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ଢେଙ୍କାନାଳରେ ବାଣ ଫୁଟି ଜଣେ ମୃତ, ଦୁଇ ଗୁରୁତର ହୋଇଥିବା ବେଳେ କେନ୍ଦ୍ରାପଡାରେ ବି ଜଣଙ୍କ ମୃତ୍ୟୁ ଏବଂ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ସେହିପରି କଟକ ପୁରୁଣା ତିଗିରିଆ ଗାଁରେ ବାଣର ନିଆଁ ପଡି 3 ବଖରା ଘର ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି।

ଅନ୍ୟପଟେ ପିପିଲି ବଜାର ସ୍ଥିତ ସିଂହସାହି ରେ ଥିବା ଏକ ଚାନ୍ଦୁଆ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ବାଣ ଫୁଟାଉଥିବା ବେଳେ ଗୋଦାମ ଘରେ ନିଆଁ ହୁଲା ପଡି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଦମକଳ ବାହିନୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଅଗ୍ନିକୁ ଆୟତ୍ତ କରାଯାଇଅଛି।