Monday, November 16, 2026
Home ଆଞ୍ଚଳିକ କେଦାରନାଥରେ ପିଏମ ମୋଦି

କେଦାରନାଥରେ ପିଏମ ମୋଦି

10

ନୂଆଦିଲ୍ଲୀ,୦୫/୧୧/୨୧ (ଜିଲ୍ଲା ଖବର ) :  କେଦାରନାଥରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସ୍ୱାଗତ ପାଇଁ ମନ୍ଦିରକୁ ଫୁଲ-ମାଳରେ ସଜା ଯାଇଛି। ଏଥିପାଇଁ ଋଷୀକେଶରୁ ୧୫ କ୍ୱୁଇଣ୍ଟାଲ ଫୁଲ ମଗା ଯାଇଛି।  ପିଏମ ପୂଜାର୍ଚ୍ଚନା କରିବା ସହ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଉଦ୍‌ଘାଟନ ପିଏମ।

ଏଥିସହ ପିଏମ ମୋଦି ୧୫୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି। ସେହିପରି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି।