ଆଖୁରେ ଦୀପଜାଳି ଦୀପାବଳି ପାଳନ କଲେ ମେହେର ସମ୍ପ୍ରଦାୟ

14

ବୌଦ୍ଧ,୦୫/୧୧/୨୧ (ଜିଲ୍ଲା ଖବର ) : ବୌଦ୍ଧ ଜିଲ୍ଲାରେ ନିଆରା ଢଙ୍ଗରେ ଦୀପାବଳି ପାଳନ କକରିଛନ୍ତି ମେହେର ସମ୍ପ୍ରଦାୟ। ଆଖୁରେ ଦୀପଜାଳି ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ  ବୁଲିଥାନ୍ତି ପରିବାର ଲୋକେ। ଏହି ପରମ୍ପରା ପୂର୍ବ ପୁରୁଷ ଅମଳରୁ ପାଳନ କରାଯାଉଛି।

ପରମ୍ପରାରେ ଛୋଟ ରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ୍ ହୋଇ ଏହି ପର୍ବକୁ ଧୁମଧାମ୍ ର ସହ ପାଳନ କରିଥାନ୍ତି । ପାରମ୍ପରିକ ହିସାବରେ କହିବାକୁ ଗଲେ ଠିକ୍ ଏହି ଦିନ ପ୍ରଭୁ ରାମଚନ୍ଦ୍ର ବନବାସ ରୁ ଅଯୋଧ୍ୟାକୁ ଫେରୁଥିବା ସମୟରେ ଅନ୍ଧାର ହେବାରୁ ସେମାନେ ଆଲୋକ କରିବା ପାଇଁ ଏହି ପର୍ବ ମନେଇଥାନ୍ତି ।