
ପୂରୀ(ଜିଲ୍ଲା ଖବର) : ସାଇ ସାହିତ୍ୟ ସସ୍ଥାନ ପକ୍ଷରୁ ଆୟୋଜିତ ହୋଇଯାଇଛି ଦିତୀୟ ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହ। ଉକ୍ତ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଶ୍ରୀ ସୁଦର୍ଶନ ପ୍ରଧାନଙ୍କ ପରିଚାଳନା କ୍ରମେ ବିଳାସପୁର,ପୁରୀ ଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଉକ୍ତ ସମ୍ମିଳନୀରେ ସଭାପତି ଆସନ ଅଳଙ୍କୃତ କରିଥିଲେ କବି କଥାକାର ତଥା ନାଟ୍ୟକାର ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ, ମୁଖ୍ୟ ଅତିଥି ରୂପେ ଶ୍ରୀ ରାଜେନ୍ଦ୍ର କୁମାର ଆଚାରିଆ, ମୁଖ୍ୟ ବକ୍ତା ଭାବେ ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ କବି ସମାଜସେବୀ ଶ୍ରୀ ପର୍ଶୁରାମ ସାହୁ, ଏବଂ ଅନୁପ କୁମାର ପରିଡା, ଶ୍ରୀ ଦୁର୍ଗା ଚରଣ ରାଉତରାୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। କବି ତଥା ସଂଚାଳକ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର କବିତା ସଂଯୋଜନା କରିଥିଲାବେଳେ ବହୁ କବି ନିଜର ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ।ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ଵୋର୍ଦ୍ଧିତ କରାଯାଇଥିଲା। ଏଥିରେ ଆସିକା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟ ଅନୁରାଗୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଦାସଙ୍କୁ ବହୁ କବି ଓ ସାହିତ୍ୟିକକ ଗହଣରେ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ଵୋର୍ଦ୍ଧିତ କରାଯାଇଥିଲା।




