
ହିଞ୍ଜିଳିକାଟୁ, ୪|୧୧(ଜିଲ୍ଲା ଖବର): ହିଞ୍ଜିଳିକାଟୁ ବ୍ଳକ ରଙ୍ଗୁଣିପଲି ବିଦ୍ୟାକୁଞ୍ଜ ସ୍ଥିତ ଗାୟତ୍ରୀ କମ୍ପ୍ୟୁଟର ଅନୁଷ୍ଠାନର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ “ଡାଏମଣ୍ଡ – ୨୧” ରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡ଼. ଲଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ହିଞ୍ଜିଳିକାଟୁ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ପବିତ୍ରମୋହନ ପାଣିଗ୍ରାହୀ ମୁଖ୍ୟ ବକ୍ତା ଏବଂ ଆଞ୍ଚଳିକ ଶିକ୍ଷା ଉପନିର୍ଦେଶକ ସୁଶାନ୍ତ ଦାସ ଓ ହିଞ୍ଜିଳିକାଟୁ ପ୍ରେସ୍ କ୍ଳବର ସାଧାରଣ ସମ୍ପାଦକ ବିନାୟକ ପ୍ରସାଦ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ବୈଷୟିକ ଶିକ୍ଷା ସହ ଆଧ୍ୟାତ୍ମିକ ଜ୍ଞାନକୁ ସମସ୍ତ ଅତିଥି ଉଚ୍ଚ ପ୍ରଶଂସା କରିବା ସହ ନିଜ ଅଞ୍ଚଳର ବିକାଶ ପାଇଁ ଭବିଷ୍ୟତରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ପ୍ରାୟ ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ୱିପ୍ରୋ, କଗନିଯାଣ୍ଟ, ଟିସିଏସ ଓ ମାଇଣ୍ଡ ଟ୍ରି ଭଳି ବହୁ ରାଷ୍ଟ୍ରୀୟ ପ୍ରଯୁକ୍ତିକ ସଂସ୍ଥାରେ ନିଯୁକ୍ତି ମିଳିଥିବାରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ହିଞ୍ଜିଳିକାଟୁ ପ୍ରେସ୍ କ୍ଳବର ସାଂଗଠନିକ ସମ୍ପାଦକ ରଞ୍ଜନ କୁମାର ସାହୁ, ସାମ୍ବାଦିକ ରାଜେନ୍ଦ୍ର ପଣ୍ଡା, ସୁମିତ ପାଣିଗ୍ରାହୀ, ସୁଜିତ ପାତ୍ର, ପ୍ରତାପ ସାହୁ, ପ୍ରଭାତ ମହାରଣା ଓ ରାଜେଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଗାୟତ୍ରୀ ଶିକ୍ଷା ଅନୁଷ୍ଠାନର ପରିଚାଳନା ନିର୍ଦେଶିକା ସସ୍ମିତା ପଟ୍ଟନାୟକ ସଞ୍ଚାଳନ କରିଥିଲେ।
ରିପୋର୍ଟ : ତାପସ କୁମାର ପଣ୍ଡା




