Wednesday, November 11, 2026
Home ଆଞ୍ଚଳିକ ବ୍ରିଜରୁ ଖସି ବାଇକ ଆରୋହି ମୃତ

ବ୍ରିଜରୁ ଖସି ବାଇକ ଆରୋହି ମୃତ

112

ରାୟଗଡା,୦୪/୧୧/୨୧(ଜିଲ୍ଲା ଖବର): ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବାରିଗୁଡା ମଶାଣି ନାଳ ବ୍ରିଜରୁ ଖସି ଜଣେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ନିଜ ଗ୍ରାମ ସରାବାଲିରୁ ବାରିଗୁଡା ନିଜ ଶ୍ୱଶୁର ଘରକୁ ଆସୁଥିବା ବେଳେ ସୀମାଞ୍ଚଳ ଟାକ୍ରି ନାମକ ବ୍ୟକ୍ତି ଜଣକ କୌଣସି କାରଣରୁ ବାଇକ ସହ ବ୍ରିଜ ତଳକୁ ଖସି ପଡି ଥିଲେ ଓ ଘଟଣା ସ୍ଥଳରେ ତାଙ୍କରି ମୃତ୍ୟୁ ଘଟିଛି। ସକାଳୁ ଲୋକେ ବାଇକ ସହ ମୃତ ବ୍ୟକ୍ତି ଜଣଙ୍କୁ ପାଣିରେ ପଡିଥିବା ଦେଖି ପ୍ରଥମେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ। ବିସମକଟକ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ପାଣିରୁ ବାହାର କରିବା ପରେ ବ୍ୟବଛେଦ ପାଇଁ ବିଷମକଟକ ଡାକ୍ତରଖାନା ପଠାଇବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ- ପ୍ରସନ୍ନ ପଣ୍ଡା