Sunday, November 15, 2026
Home ଆଞ୍ଚଳିକ ବାରଣ ସତ୍ୱେ ଚାଲିଥିଲା ବାଣ ବ୍ୟବସାୟ, ୮ଦୋକାନକୁ ପ୍ରଶାସନର ଜଉମୁଦ ସିଲ

ବାରଣ ସତ୍ୱେ ଚାଲିଥିଲା ବାଣ ବ୍ୟବସାୟ, ୮ଦୋକାନକୁ ପ୍ରଶାସନର ଜଉମୁଦ ସିଲ

23

ଜଟଣୀ,୩/୧୧(ଜ଼ିଲ୍ଲା ଖବର ): ବ୍ୟବସାୟୀକ ସହର ଜଟଣୀ ବାଣ ବ୍ୟବସାୟଲାଗି ପ୍ରସିଦ୍ଧିଲାଭ କରିଥିଲା ବେଳେ ମହାମାରୀ କରୋନା ଯୋଗୁଁ ଗତ ୨ବର୍ଷଠାରୁ ଏହି ବ୍ୟବସାୟରେ ରୋକ ଲଗାଯାଇଛି । ଚଳିତବର୍ଷ ସବୁଜ ବାଣ ବିକ୍ରି ଓ ବ୍ୟବହାର ଉପରେ କଡାକଡି ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କେବଳ ପେଟ୍ରୋଲିୟମ ଏବଂ ବିସ୍ଫୋରକ ନିରାପତା ସଂସ୍ଥା (ପେସୋ) ଦ୍ୱାରା ସ୍ୱିକୃତିପ୍ରାପ୍ତ ସବୁଜବାଣ ବ୍ୟବସାୟ ଓ ବ୍ୟବହାର ହୋଇପାରିବ । କୈାଣସି ବ୍ୟବସାୟ ବାଣ ବେପାର କରିପାରିବେ ନାହିଁ ବୋଲି ସ୍ପଷ୍ଟଭାବେ ଉଲେଖ କରାଯାଇଛି । ମାତ୍ର ଗତ ୨ଦିନ ହେଲା ଜଟଣୀ ସହରରେ ରହିଥିବା କେତେକ ବାଣ ଦୋକାନ ଖୋଲାଯାଉଛି । ତେବେ ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ଯାଂଚ କଡାକଡି କରାଯାଇଛି । ସହରର ବିଭିନ୍ନ ବାଣ ଦୋକାନକୁ ଚଢାଉ କରାଯାଇଥିଲା । ଏଥିରେ ୮ଟି ବାଣ ଦୋକାନକୁ ପୁଲିସ ଚଢାଉକରି ଜଉମୂଦ ସିଲ କରିଛି । ମହାମାରୀ କରୋନା ଯୋଗୁଁ ବାଣ ବ୍ୟବସାୟ ବନ୍ଦ କରାଯାଇଥିଲା । ମାତ୍ର ଜଟଣୀ ସହରରେ ରହିଥିବା କେତେକ ହୋଲସେଲ,ଖୁଚୁରା ଇତ୍ୟାଦି ବ୍ୟବସାୟୀମାନେ ବେଆଇନଭାବେ ଚୋରା ବ୍ୟବସାୟ ଆରମ୍ଭ କରିଥିଲେ । ଲୁଚାଛପାରେ ବେଶ ବେଧଡକ ବ୍ୟବସାୟ ହୋଇଥିଲା । ଅନ୍ୟପଟେ ଏହି ବାଣଗୁଡିକୁ କିଛି ଖାଉଟି କିଣି ରାତିରେ ଫୁଟାଇଥିଲେ । ତେବେ ଏନେଇ ପୁଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ସହରରେ ବାଣ ବ୍ୟବସାୟକୁ ରୋକ ଲଗାଯାଇଥିବା ବେଳେ ଏହା କିପରି ଖୋଲାଯାଇଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏନେଇ ଜଟଣୀଥାନା ଆଇଆଇସି ବିଶ୍ୱରଜଂନ ସାହୁଙ୍କ ନେତୃତ୍ୱରେ ଏକ ଟିମ ଜଟଣୀଥାନା ଅନ୍ତର୍ଗତ ତଳଖେତା ଛକଠାରେ ଥିବା ୨ଟି ବାଣ ଦୋକାନ ସହିତ ,ଗୋବିନ୍ଦପୁର,ଷଣ୍ଢପୁରରେ ଥିବା୨ଟି,ଗୋରୁହାଟ ନିକଟରେ ହୋଇଥିବା ୧ଟି ,ଜଗନ୍ନାଥପୁର ପାଟଣା ଓ ପାତ୍ରପଡା ଇତ୍ୟାଦି ଅଂଚଳରେ ମୋଟ ୮ଟି ଦୋକାନକୁ ଜଉମୂଦ ସିଲ କରିଛି । ଏଥିରେ କାହାରିକୁ ପୁଲିସ ଗିରଫ କରିନଥିବା ବେଳେ ବାଣଗୁଡିକୁ ମଧ୍ୟ ଜବତ କରିନଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର