Sunday, November 15, 2026
Home ଆଞ୍ଚଳିକ ରାୟଗଡ଼ ଜିଲ୍ଲା ସଫେଇ ମଜଦୂର ସଂଘ ପକ୍ଷରୁ ମାନ୍ୟବର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବି...

ରାୟଗଡ଼ ଜିଲ୍ଲା ସଫେଇ ମଜଦୂର ସଂଘ ପକ୍ଷରୁ ମାନ୍ୟବର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବି ପତ୍ର ପ୍ରଦାନ

19

ରାୟଗଡ଼: ତା: ୦୩/୧୧/୨୧ -(ଜିଲ୍ଲା ଖବର)-ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାୟଗଡ଼ ଜିଲ୍ଲା ସଫେଇ ମଜଦୂର ସଂଘ ର ରାୟଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ କାର୍ଯ୍ୟ ରତ ଠିକା ସଫେଇ କର୍ମଚାରୀ ଏବଂ ବାୟ ମେଡିକାଲ ର ଲଣ୍ଡରୀ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାର ଦାବି ନେଇ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ , ସଫେଇ ମଜଦୂର ସଂଘ ର ଶ୍ରୀମତୀ କସ୍ତୁରୀ ନାୟକଙ୍କ ତତ୍ବାବଧାନରେ ସ୍ଥାନୀୟ ପୁରଣା ବସଷ୍ଟାଣ୍ଡ ଠାରୁ ଏକ ପଦଯାତ୍ରା ରେ ବାହାରି ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାନ୍ୟବର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବି ପତ୍ର ଡଃ ବି ଏଲ ଏନ୍ ପୃଷ୍ଠୀଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ଯ ସମ୍ପାଦକ ତଥା ରାୟଗଡ଼ ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି ଶ୍ରୀ ମହନ ରାଓ ମାଝୀ, ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ରବି ଗୈାଡ , ସୁରିଆ କାନ୍ତି ହରିଜନ , ସୁଭାଷିନୀ ଖରା , ଖ୍ୟତ୍ରି କନ୍ଧପାଣି , କାର୍ତ୍ତିକ ଖୋସଲା , ସିମଞ୍ଚଳ ସାମଲ ପରିଚାଳନା କରିଥିଲେ ।୧୩ ଦଫା ଦାବି ମଧ୍ୟରେ ମୂଖ୍ୟତଃ ସଫେଇ କର୍ମଚାରୀମାନଙ୍କୁ କୁଶଳୀ ଦୈନିକ ମଜୁରୀ ପ୍ରଦାନ, ୧୦ ତାରିଖ ମଧ୍ୟରେ ଦରମା ଦେବା , ୬ ବର୍ଷ ରୁ ଉର୍ଦ୍ଧ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା , ଠିକା ସଂସ୍ଥା ଦ୍ଵାରା ଦିଆଯାଇଥିବା ବିଭିନ୍ନ ପ୍ରକାର ଗାଳି ଏବଂ ଧମକ ବନ୍ଦ କରିବା , କରୋନା ସହାୟତା ସହ ପର୍ବ ପର୍ବାଣୀ ରେ ବୋନସ ପ୍ରଦାନ, କାର୍ଯ୍ୟାଳୟ ରେ ବସବାସ ପାଇଁ ଗୃହ ପ୍ରଦାନ , କର୍ମଚାରୀମାନଙ୍କୁ ଚିକିତ୍ସା ସହାୟତା , କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦାବି କରାଯାଇଥିଲା ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ