
ଗୁଣପୁର , ୦୨/୧୧/୨୧(ଜିଲ୍ଲା ଖବର): ଦୁର୍ନୀତି ନିବାରଣ ସପ୍ତାହର ଶେଷ ଦିବସରେ ଓଡିଶା ଦୁର୍ନୀତି ନିବାରଣ ସଂଘର୍ଷ ମଞ୍ଚ ଗୁଣପୁର ଶାଖା ,ରାୟଗଡ଼ା ଜିଲ୍ଲା ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ୨ ତାରିଖ ଦିନ ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର କପିଳେଶ୍ଵର ତାଣ୍ଡି , ମୁଖ୍ୟ ବକ୍ତା ଭାବେ ଖାଉଟି ବିଚାର ବିବାଦ ମଞ୍ଚ ପ୍ରାକ୍ତନ ସଭାପତି ପ୍ରଦୀପ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବେ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଜସ୍ଵନ୍ତ ହିଆଲ୍ ଯୋଗ ଦେଇଥିଲେ । ଦୁର୍ନୀତି ନିବାରଣ ନିମନ୍ତେ ଛାତ୍ର ଶକ୍ତି ସଚେତନ ହୋଇ ସମାଜର ଏକ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବାକୁ ମୁଖ୍ୟ ବକ୍ତା ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବିରୁଦ୍ଧର ସ୍ୱର ଉତ୍ତୋଳନ କରୁଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।ସମ୍ମାନୀତ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ପୂର୍ଣ ଚନ୍ଦ୍ର ଦାସ , ସାମ୍ବାଦିକ ସଂକେତ ପାତ୍ର , ଶିକ୍ଷକ ପ୍ରବୀଣ କୁମାର ରଥ , ଜିଲ୍ଲା କିନ୍ନର ସଂଘ ସମ୍ପାଦକ ତଥା ସମାଜସେବୀ ପିଙ୍କି ମହାପାତ୍ର , ସମାଜସେବୀ ରବି ଶଙ୍କର ଗମାଙ୍ଗ, ସୂଚନା ଅଧିକାର କର୍ମୀ ସିଦ୍ଧାର୍ଥ ଦାଶ , କିନ୍ନର ସମ୍ପାଦକ ପିଙ୍କି ମହାପାତ୍ର , ସାମ୍ବାଦିକ ସୂର୍ଯ୍ୟ ପଟ୍ଟନାୟକ ଓ ହରିହର ଶତପଥି ପ୍ରମୁଖଙ୍କୁ ସମ୍ମାନିତ କରଯାଇଥିଲା । ଛାତ୍ର ଛାତ୍ରୀ ଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅତିଥି ମନେ ଭୂରି ଭୂରି ପ୍ରସଂସା କରିଛନ୍ତ।
ଗୁଣପୁର ରୁ ରାମନାଥ ମହାନ୍ତି ଙ୍କ ରିପୋର୍ଟ୍।


