Thursday, October 15, 2026
Home ଆଞ୍ଚଳିକ ପିତଳ ସାହିତ୍ୟ ଘରର ମାସିକ ଆସର

ପିତଳ ସାହିତ୍ୟ ଘରର ମାସିକ ଆସର

75

ଆସିକା (ଜିଲ୍ଲା ଖବର) : ଯୁବପିଢି ଓଡ଼ିଆ ସାହିତ୍ୟର ମଙ୍ଗ ଧରିବା ଦରକାର। ବର୍ତ୍ତମାନ ସମୟରେ ସାହିତ୍ୟ ମାଧ୍ୟମରେ ନୂତନ ପ୍ରତିଭା ମାନଙ୍କ ଆବିସ୍କାର ଏକ ପରମ୍ପରା ଅଟେ। ପିତଳ ସମ୍ବାଦ ସାହିତ୍ୟଘରର ମାସିକ ସାହିତ୍ୟ ଆସର ଉତ୍ସବରେ ନୂତନ ଭାବେ ଯୋଗଦେଇଥିବା ଯୁବକବି କାହ୍ନୁଚରଣ ଗୌଡ ଓ ଅନାଦି ପାଣିଗ୍ରାହୀଙ୍କ କବିତା ଆସରରେ ପ୍ରଥମ ପ୍ରବେଶ ହୋଇଥିଲା । ଏଥିରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଅନୁଷ୍ଠାନର ଉପସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଆବାହକ ଶ୍ରୀ ସୁବ୍ରତ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଣ୍ଡା, ବୁଲୁ ବେହେରା, ଶରତ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର କୁମାର ପଣ୍ଡା, ମହେଶ୍ୱର ଗୌଡ, କିଶୋର ଚନ୍ଦ୍ର ପାଣିଗ୍ରାହୀ,ରାଜୀବ ଲୋଚନ ପାଣିଗ୍ରାହୀ, ରଜନୀ କାନ୍ତ ପାଢୀ, ଗୌରଚନ୍ଦ୍ର ପଣ୍ଡା,ରତ୍ନାକର ଶିୟ ସମେତ ବହୁ କବି ଉପସ୍ଥିତ ଥିଲେ। କବିତା ସଂଯୋଜନା ରତ୍ନାକର ଶୀୟ କରିଥିବା ବେଳେ ଶେଷରେ ଚିନ୍ମୟ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।