
ପୁରୀ, ୦୨/୧୧/୨୧ (ଜିଲ୍ଲା ଖବର) : ଆଜି ପୂର୍ବାହ୍ନ ସାଢେ ୧୦ଟାରେ ନିଳାଦ୍ରୀ ଭକ୍ତନିବାସରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ବିଭିନ୍ନ ତହସିଲ ଅଧିନରେ ମହାପ୍ରଭୁଙ୍କ ଜମି ହଡପ ପ୍ରସଙ୍ଗ ଓ ଜମି ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ହେବ ।
ଏଥିରେ ମହାପ୍ରଭୁଙ୍କ ଜମିଜମା,ଖଣି ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରାୟ ୧୯୦କୋଟି ଟଙ୍କାର ବଜେଟ ଉପରେ ହେବ ଆଲୋଚନା। ଏଥିସହିତ ସେବାୟତ ,ବରିଷ୍ଠ ଅଧିକାରୀ ଓ ଜେଟିପିଙ୍କ ଡ୍ରେସକୋଡ ଉପରେ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।



