Tuesday, October 13, 2026
Home ଅପରାଧ ବିରୋଧ ପରେ ହାତୀ ଫେରାଇନେଲା ବନବିଭାଗ

ବିରୋଧ ପରେ ହାତୀ ଫେରାଇନେଲା ବନବିଭାଗ

13

ଯାଜପୁର, ୦୨/୧୧/୨୧ (ଜିଲ୍ଲା ଖବର) : ଲୋକଙ୍କ ବିରୋଧ ପରେ ହାତୀ ଫେରାଇନେଲା ବନବିଭାଗ। କିଛି ଦିନ ଧରି ବୈରି ରେଞ୍ଜ ଯାଜପୁର ଜଙ୍ଗଲରୁ ବାହାରି ହାତୀ ପଲ ସାଲେପୁର ନିଶ୍ଚିତ କୋଇଲି ଓ ପରେ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳରେ ଉତ୍ପାତ କରୁଥିବା ଦେଖିବାକୁ ମିଳିଛି।

ତେବେ ବନ ବିଭାଗ ଏହି ହତୀକୁ ଟାଙ୍କୁଲାଇଜ କରିବା ପରେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଡାଳୀଯୋଡ଼ା ଜଙ୍ଗଲ ଅଭିମୁଖେ ନେଉଥିଲେ। ଖବର ପାଇ କହ୍ନେଇପୂର ପଞ୍ଚାୟତର ବାରପଦା ଠାରେ ଗ୍ରାମବାସୀ ମାନେ ଗାଡ଼ିକୁ ଅଟକାଇ ବିରୋଧ  କରିଥିଲେ । ପରେ ବନବିଭାଗ ହାତୀକୁ ଫେରାଇ ନେଇଥିବା ଦେଖିବାକୁ ମିଳିଛି।