Home ଅପରାଧ ବାଘ ଛାଲ ଜବତ କଲା STF, ଦୁଇ ଗିରଫ

ବାଘ ଛାଲ ଜବତ କଲା STF, ଦୁଇ ଗିରଫ

11

ମୟୂରଭଞ୍ଜ,୦୨/୧୧/୨୧ (ଜିଲ୍ଲା ଖବର) : ବାଘ ଛାଲ ଜବତ କଲା STF । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଚଟଣି ବସ୍ ଷ୍ଟାଣ୍ଡରେ ଡିଲ୍ ହେଉଥିବା ବେଳେ ମାଡ଼ି ବସିଲା STF । କଲରାପତରିଆ ବାଘ ଛାଲ ଡିଲ୍ ବେଳେ 2 ବେପାରୀଙ୍କୁ ଗିରଫ କରିଛି STF ।

ଗିରଫ ଅଭିଯୁକ୍ତ ହେଲେ ଅଜିତ କୁମାର ଗିରି ଓ ଚନ୍ଦ୍ରକାନ୍ତ କୁରଜି । ଅଭିଯୁକ୍ତକୁ ଗିରଫ କରିବା ପରେ ତଦନ୍ତ ପାଇଁ ଅଧିକ ଖୋଳତାଡ଼ କରୁଛି STF । ଏମାନେ କେଉଁଠାରୁ ଏ ବାଘ ଛାଲ ଆଣିଲେ ଓ କେଉଁଠାକୁ ନେଇ ଯାଇଥାନ୍ତେ ସେନେଇ ଅଧିକ ତଦନ୍ତ ଚାଲିଛି ।