Sunday, November 15, 2026
Home ଆଞ୍ଚଳିକ ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ

10

ଭୁବନେଶ୍ୱର,୦୨/୧୧/୨୧ (ଜିଲ୍ଲା ଖବର) : ସ୍ମାର୍ଟସିଟିରୁ ପିଙ୍କ୍ ସିଟିକୁ ସିଧାସଳଖ ଉଡ଼ାଣ । ଆଜି ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏଥିରେ ଭିସି ମାଧ୍ୟମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ବିମାନ ଉଡ଼ାଣ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ । ପରେ ଧର୍ମେନ୍ଦ୍ରଙ୍କ କଥା ରଖିଥିଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ବିମାନ ଉଡ଼ାଣ ଦ୍ବାରା ବଢିବ ଦୁଇ ରାଜ୍ୟର ଅର୍ଥନୀତି, ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ର ।

 ସେହିପରି ତଟୀୟ ଓ ଆଦିବାସୀ ଅ଼ଞ୍ଚଳ ଓ ଦୁର୍ଗମ ଇଲାକାରେ ପ୍ରଧାନମନ୍ତ୍ରୀଙ୍କ ଡ୍ରୋନ୍ ପଲିସିକୁ ପ୍ରଶଂସା କଲେ । ଖାସକରି ଏହାର ପାଇଲଟ ପ୍ରୋଜେକ୍ଟ ଭାବରେ ଓଡ଼ିଶାକୁ ବାଛିବାକୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅନୁରୋଧ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଚାଷରେ ମଧ୍ୟ ଡ୍ରୋନର ବ୍ୟବହାର କଥା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ।