
କଟକ,୦୨/୧୧/୨୧ (ଜିଲ୍ଲା ଖବର) : ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନା । ସିଡିଏ ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ରାମଚନ୍ଦ୍ରଙ୍କ ନିକଟରୁ 4 ଲକ୍ଷ 65 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।
ସେହିପରି ରାମଚନ୍ଦ୍ରଙ୍କ ସରକାରୀ ବାସଭବନ ସମେତ ଭୁବନେଶ୍ୱର ଓ କେନ୍ଦ୍ରାପଡ଼ା ଘରେ ଚଢାଉ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି ।ସରକାରୀ ବାସଭବନରୁ ମିଳିଛି 50 ହଜାର ଟଙ୍କା । ଚଢାଉରେ ସାମିଲ ଅଛନ୍ତି ଦୁଇ ଜଣ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅଧିକାରୀ ।



