
ନୂଆଦିଲ୍ଲୀ,୦୨/୧୧/୨୧ (ଜିଲ୍ଲା ଖବର) : ଟେଲି ଅଭିନେତ୍ରୀ ପୂଜା ବାନାର୍ଜି ଏବେ ଧାରାବାହିକ ’କୁମକୁମ ଭାଗ୍ୟ’ରେ ନଜର ଆସୁଛନ୍ତି । ଏହାରି ମଧ୍ୟରେ ସେ ଫ୍ୟାନ୍ସଙ୍କୁ ଏକ ଖୁସି ଖବର ସେୟାର କରିଛନ୍ତି । ଏକ ସାକ୍ଷାତକାର ମାଧ୍ୟମରେ ସେ ଗର୍ଭବତୀ ଅଛନ୍ତି ବୋଲି କହିଛନ୍ତି ।
କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ମେକର୍ସଙ୍କୁ ମୁଁ କିଛି ମାସ ପାଇଁ କୁମକୁମ ଭାଗ୍ୟ ଛାଡିବା କଥା ଭାବୁଛି ବୋଲି କହିଥିଲି । ହେଲେ ସେ ମତେ କହିଥିଲେ ଯେ, ସେ ମତେ ଶୋ’ରେ ରଖିବାକୁ ଚାହୁଁଛନ୍ତି । ଏବଂ ପଚାରିଥିଲେ ଯେ, ଆପଣ ଡେଲିଭରି ର କେତେ ଦିନ ପରେ ଶୋ’କୁ ଫେରି ପାରିବେ ?
ଏହା ସହିତ ସେ ଆଗକୁ ଏକଥା କହିଥିଲେ ଯେ, ଶୋ’ର ୟୁନିଟ୍ ତାଙ୍କର ସୁବିଧା ଏବଂ ଆରାମ ହିସାବରେ କାମ କରୁଛନ୍ତି । ପ୍ରେଗନେନ୍ସି ବିଷୟରେ ପୁଜା କହିଥିଲେ ଯେ, ‘ମତେ ଲାଗୁଥିଲା ଯେ କିଛି ଠିକ୍ ନାହିଁ ,ଏମିତି ଦିନେ ମୁଁ ସୁଟ୍ ପାଇଁ ବାହାରିବା ପୂର୍ବରୁ ମୁଁ ଟେଷ୍ଟ କରାଇଥିଲି । ସମୟ ୪ଟା ପାଖାପାଖି । ଏବଂ ମତେ ରିପୋର୍ଟ ମିଳିଥିଲା, ଯେଉଁଥିରେ ସ୍ପଷ୍ଟ ଲେଖାଥିଲା ଯେ, ମୁଁ ପ୍ରେଗନେଣ୍ଟ ଅଛି ‘ ।


