Tuesday, October 13, 2026
Home ଅପରାଧ ଜାଣନ୍ତି କି କାହିଁକି ପାଳନ ହୁଏ ଧନତେରସ ?

ଜାଣନ୍ତି କି କାହିଁକି ପାଳନ ହୁଏ ଧନତେରସ ?

32

ବ୍ରହ୍ମପୁର,୦୨/୧୧/୨୧ (ଜିଲ୍ଲା ଖବର) : ଆଉ ଗୋଟେ ଦିନ ପରେ ଆଲୋକର ପର୍ବ ଦୀପାବଳି। ଦୀପ ଆଲୁଅରେ ଝଲସିବ ଗାଁଠୁ ସହର। ଘରେ ଘରେ ଖୁସିର ମାହୋଲ ଦେଖିବାକୁ ମିଳିବ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି ଧନତେରସ କାହିଁକି ପାଳନ କରାଯାଏ ସେ କଥା ହୁଏତ କିଛି ଜଣ ଜାଣି ନଥିବେ। ଆଜି ଆମେ ଧର୍ମକଥାରେ ସେ ବିଷୟରେ ଜାଣିବା।

କୁହାଯାଏ ଏହି ଦିନ ସୁନା ଏବଂ ରୂପା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ। ଏହିଦିନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହାକୁ ଧନତେରସ କୁହାଯାଏ।

ଏହି ଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି। ତେବେ ହିନ୍ଦୁ ର୍ଧଶାସ୍ତ୍ର ଅନୁଯାୟୀ, ଭଗବାନ ଧନ୍ୱନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ନେଇ ପ୍ରକଟ ହୋଇଥିଲେ। ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବତାମାନେ ଅମର ହୋଇଯାଇଥିଲେ। ଆଉ ଏହାର ୨ ଦିନ ପରେ ମା’ଲକ୍ଷ୍ମୀଙ୍କର ପ୍ରକଟ ହୋଇଥିବା କୁହାଯାଏ। ତେଣୁ ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପାଳନ କରାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଧନ୍ୱନ୍ତରୀ ଦେବତାଙ୍କର ବୈଦ୍ୟ ଥିଲେ। ତେଣୁ ଧନ୍ୱନ୍ତରୀଙ୍କୁ ପୂଜାକଲେ ଶରୀର ସୁସ୍ଥ ରହିଥାଏ।  ଏହି ଦିନ କିଣାକିଣି କଲେ ୧୩ ଗୁଣ ଅଧିକ ଲାଭଦାୟକ ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଏହି ଦିନ ବଜାରରେ ଦୋକାନମାନଙ୍କରେ ଲୋକଙ୍କ ଭିଡ ଜମିଥାଏ।