ଏନସିପିସିଆର ଅଫିସରେ ହାଜର ହେବାକୁ ବଲାଙ୍ଗିର ଏସପିଙ୍କୁ ନୋଟିସ

16

ବଲାଙ୍ଗିର ,୦୨/୧୧/୨୧ (ଜିଲ୍ଲା ଖବର) : କାଠଗଡାରେ ବଲାଙ୍ଗିର ଏସପି କୌଶିକ ନିତୀତ ଡାଗଡୁ । ସାମ୍ବିଧାନିକ ପ୍ରତିଷ୍ଠାନ ଏନସିପିସିଆର ତରଫରୁ ଡାଗଡୁଙ୍କୁ କଡା ନିର୍ଦ୍ଦେଶ । ୧୨ ନଭେମ୍ବର ଦିନ ୧୨ଟାରେ ଏନସିପିସିଆର ଅଫିସ ଦିଲ୍ଲୀରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବଲାଙ୍ଗିର ଏସପିଙ୍କୁ ନିର୍ଦ୍ଦେଶ ।

ମମିତା ହତ୍ୟା ଓ ପ୍ରମାଣ ନଷ୍ଟ ମାମଲାରେ ଜିଲ୍ଲା ଏସପିଙ୍କୁ କମିଶନଙ୍କ ତରଫରୁ ମଗାଯାଇଥିଲା ତଥ୍ୟ। ମାତ୍ର କମିଶନଙ୍କ ଅନୁରୋଧ ସତ୍ବେ ଏସପି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ନାହାନ୍ତି ତଥ୍ୟ ।