Wednesday, November 11, 2026
Home ଆଞ୍ଚଳିକ ନିମ୍‌କିରୁ କୁଇନ୍, ଆଉ କୁଇନ ହେବେ ବିଜୟିନୀ

ନିମ୍‌କିରୁ କୁଇନ୍, ଆଉ କୁଇନ ହେବେ ବିଜୟିନୀ

19

୦୨/୧୧/୨୧ (ଜିଲ୍ଲା ଖବର) : ନିମ୍‌କିରୁ କୁଇନ୍, ଆଉ କୁଇନ ହେବେ ବିଜୟିନୀ । ବିଜୟିନୀ ବିଜୟୀ ଭବ, ଏମିତି ଏକ ଦମଦାର ଟାଇଟଲ୍ ସହ ଆସୁଛନ୍ତି ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ପୂର୍ବ ଦୁଇ ଫିଲ୍ମ ଭଳି ନାରୀ ସଶକ୍ତି କରଣର ଦୃଢ ବାର୍ତ୍ତା ନେଇ ଆସୁଛି ବର୍ଷାଙ୍କ ଏଇ ନୂଆ ଫିଲ୍ମ । ବର୍ଷା କେବଳ ଅଭିନୟ କରିନାହାନ୍ତି ବିଜୟିନୀ ବିଜୟୀ ଭବର କ୍ରିଏଟିଭ୍ ହେଡ୍ ବି ସେ । ଫିଲ୍ମ କାହାଣୀ ଓ ଚିତ୍ରନାଟ୍ୟ ବି ବର୍ଷାଙ୍କର । ରିୟଲ ଲାଇଫରେ ସମ୍ମାନିତା ମାଧ୍ୟମରେ ସମାଜସେବା କରୁଥିବା ବର୍ଷା ରିଲରେ ବି ଅର୍ଥାତ ଏଇ ଫିଲ୍ମରେ ଲୋକଙ୍କ ସେବାର ଅଭିଳାଷା ରଖିଥିବା ଜଣେ ମହିଳା ଭୂମିକାରେ ନଜର ଆସିବେ । ନିଜ ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ଅନେକ ବାଧାବିଘ୍ନକୁ ସାମ୍ନା କରିଛନ୍ତି । ତେବେ ଦୃଢ ଇଚ୍ଛା ଶକ୍ତି ବଳରେ ଜଣେ ନାରୀ କିଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛି ତାହା ଏଇ ଫିଲ୍ମରେ ଦର୍ଶାଯାଇଛି । ବର୍ଷାଙ୍କ ଅନ୍ୟ ଫିଲ୍ମ ଭଳି ଏଥିରେ ବି ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ । ପୁଣି ଥରେ ବର୍ଷା ତାଙ୍କ ଫିଲ୍ମରେ ନବାଗତମାନଙ୍କୁ ସୁଯୋଗ ଦେଇଛନ୍ତି ।

ନିଜ ଦମଦାର ଆକ୍ଟିଂ ପାଇଁ ଓଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବର୍ଷା ବିଜୟିନୀ ବିଜୟୀ ଭବରେ ଭିନ୍ନ ଏକ ଅନ୍ଦାଜରେ ଦେଖାଦେବେ । ତାଙ୍କ ଅଭିନୟର ଆଉ ଏକ ଦିଗ ଦେଖିବାକୁ ମିଳିବ ଏଇ ଫିଲ୍ମରେ ।  ବର୍ଷାଙ୍କ ବ୍ୟତୀତ ଏଇ ଚଳଚ୍ଚିତ୍ରରେ ଦେବାଶିଷ, ଶଙ୍କର, ପ୍ରଜ୍ଞା, ବିକ୍ରମ, ଧୀର ମଲ୍ଲିକ,ସରୋଜ ଦାସ, ଶ୍ରୀରାମ, ତୃପ୍ତି ସିହ୍ନା, ମାମା, ପୁଷ୍ପା, ଶୋଭା ଓ ଅନ୍ୟ କଳାକାରଙ୍କୁ ଦେଖିବାକୁ ମିଳିବ । ସୁଧାକର ବସନ୍ତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି। ଭଗତ ସିଂ ସିନେମାଟୋଗ୍ରାଫି କରିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି । ଫିଲ୍ମର ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଫିଲ୍ମର ପ୍ରଯୋଜକ ହେଉଛନ୍ତି ବିଜୟ କାଣ୍ଡୋଇ ଓ ସଂଗୀତା କାଣ୍ଡୋଇ । ନିମକି ଓ କୁଇନ୍ ଭଳି ବିଜୟିନୀ ବିଜୟୀ ଭବର ଟାଇଟଲ ସଙ୍ଗ ବି ଫିଲ୍ମର ଆଟ୍ରାକସନ୍ ହେବ।