
ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ସାଉଥ ଅଭିନେତା ନାଗା ସୌର୍ଯ୍ୟଙ୍କ ଫାର୍ମ ହାସଉରେ ଚଢ଼ାଉ କରିଛି ପୁଲିସ୍ । ସେଠାରେ ଜୁଆ ଖେଳ ଚାଲିଥିବା ଖବର ପାଇ ଚଢାଉ କରିଥିଲା ପୁଲିସ । ତେବେ ଚଢାଉ କରି ୨୫ ଜଣଙ୍କୁ ପୁଲିସ ଗିରଫ କରିବା ସହିତ ୨୫ ଲକ୍ଷ ଟଙ୍କା ଜବଦ କରିଛି ।
ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୨୫ ଜଣଙ୍କ ମଧ୍ୟରେ ୨୦ଜଣ ପ୍ରସିଦ୍ଧ ସେଲେବ୍ରିଟି ଥିବା କୁହାଯାଉଛି । ତେବେ ଯାଞ୍ଚରେ ଉକ୍ତ ସ୍ଥାନଟି ଅଭିନେତା ନାଗା ସୌର୍ଯ୍ୟଙ୍କର ବୋଲି ଜଣାପଡିଥିଲା ।
ଏହା ସହିତ, ଏହି ଜୁଆ ଖେଳରେ ଆଉ କିଏ ସବୁ ଜଡିତ ଅଛନ୍ତି , ସେନେଇ ପୁଲିସ ତଦନ୍ତ ଜାରି ରଖିଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପଠାଯାଇଛି ।
ରିପୋର୍ଟ ମୁତାବକ, ଯେଉଁ ସ୍ଥାନରେ ଅଭିନେତାଙ୍କ ଏହି ଫାର୍ମହାଉସ ଅଛି ଉକ୍ତ ସ୍ଥାନକୁ ନାଗା ସୌର୍ଯ୍ୟ ୬ମାସ ପାଇଁ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ଭଡାରେ ଦେଇଥିଲେ। ତେବେ ଏନେଇ ନାଗାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।



