Saturday, October 10, 2026
Home ଆଞ୍ଚଳିକ ଚର୍ଚ୍ଚାରେ ଜିତେନ୍ଦ୍ର ସୁନା, ଗରିବ ମେଧାବୀ ଛାତ୍ରଙ୍କ ପାଇଁ କରୁଛନ୍ତି ଲଢ଼େଇ

ଚର୍ଚ୍ଚାରେ ଜିତେନ୍ଦ୍ର ସୁନା, ଗରିବ ମେଧାବୀ ଛାତ୍ରଙ୍କ ପାଇଁ କରୁଛନ୍ତି ଲଢ଼େଇ

45

କଳାହାଣ୍ଡି୨୦/୧୧ (ଜିଲ୍ଲା ଖବର) : ଶିକ୍ଷା ପାଇଁ ଏବେ ବି ସଂଘର୍ଷ କରୁଛନ୍ତି ଜିତେନ୍ଦ୍ର । ପାଠ ପଢ଼ିବା ପାଇଁ ପିଲାଟି ଦିନରୁ ସେ ସଂଘର୍ଷ କରି ଆସିଛନ୍ତି । ପିଲା ଦିନେ ନିଜେ ପାଠ ପଢ଼ିବା ପାଇଁ ସଂଘର୍ଷ କରୁଥିଲେ ଆଉ ଏବେ ଗରିବ ଓ ମେଧବୀ ଛାତ୍ରଙ୍କ ପାଇଁ ଦିଲ୍ଲୀରେ କରୁଛନ୍ତି ସ୍ୱର ଉତ୍ତୋଳନ ।ଆମେ କହୁଛୁ ସେହି ଓଡ଼ିଆ ପୁଅର କଥା । ଯାହା ପାଇଁ ଆପଣ ଗତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଗର୍ବର ସହ ପୋଷ୍ଟ ସେୟାର କରୁଥିଲେ । ଦିଲ୍ଲୀ ଜବାହରଲାଲ ନେହେରୁ ୟୁନିଭରସିଟି ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ଗତ ଥର ଲଢ଼ୁଥିବା ସେହି ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା ଏବେ ପୁଣି ଥରେ ଚର୍ଚ୍ଚାରେ । ଗରିବ ଓ ମେଧାବୀ ଛାତ୍ରଙ୍କ ପାଇଁ ମାଗଣା ପାଠ ପଢ଼ା ସୁବିଧା ଯୋଗାଇଦେବା ଦାବିରେ ଆନ୍ଦୋଳନ କରି ଆଜି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜିତେନ୍ଦ୍ର ସୁନା ।ଜିତେନ୍ଦ୍ର ହେଉଛନ୍ତି ବାପ୍ସା ର ସଦଶ୍ୟ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ପୌରକେଲା ଗାଁରେ ତାଙ୍କର ଜନ୍ମ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର ମା’ ଚାଲିଗଲେ । ପରେ ବିଲଲେ ୪୦ ଟଙ୍କାରେ ମଜୁରୀ କାମ କରି ପେଟ ପାଇଁ ଦାନା ଆଉ ପାଠ ପାଇଁ ଖାତା ବହି କିଣିଥିଲେ । ଏମିତିକି ସେ ମନରେଗା ଯୋଜନାରେ ମଜୁରୀ କାମ କରି ନିଜ ପେଟ ପୋଷିଛନ୍ତି । ୨୦୦୯ ମସିହାରେ ସେ ଗୋଟିଏ ଗ୍ୟାସ୍‌ ଦୋକାନରେ ହେଲ୍ପର ଭାବେ ମଧ୍ୟ କାମ କରିଛନ୍ତି । ତାଙ୍କର ଜମି ଜମା କଥା କହିଲେ ଉପାନ୍ତ ଅଞ୍ଚଳରେ ରହିଛି ମାତ୍ର ଏକ ଏକର ଜମି । ଏହି ଜମି ତାଙ୍କୁ ୧୯୬୦ ମସିହାରେ ସରକାରଙ୍କ ଆଇନ ଯୋଗୁଁ ଦିଆଯାଇଥିଲା । ଏବେ ସେହି ଜମି ଖଣ୍ଡିକ ମଧ୍ୟ ବନ୍ଧକ ପଡ଼ିଛି ।ବର୍ତମାନ ସେ ସାରା ଭାରତରେ ଚର୍ଚାରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇ ସଂଗ୍ରାମ ଜାରି ରଖିଛନ୍ତି