Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା, ଶାହରୁଖ ଖାନ

ଜନ୍ମଦିନର ଶୁଭେଚ୍ଛା, ଶାହରୁଖ ଖାନ

8

ନୂଆଦିଲ୍ଲୀ , ୦୨/୧୧/୨୧ (ଜିଲ୍ଲା ଖବର) : ଅଭିନେତା ଶାହରୁଖ ଖାନ୍ ବଲିଉଡର ଏମିତି ଜଣେ କଳାକାର, ଯିଏ ନିଜ ପ୍ରତିଭା ବଳରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶ ତଥା ବିଦେଶରେ ମଧ୍ୟ , ସେ ଆଜି ବେଶ ଜଣାଶୁଣା । ତେବେ ଆଜି ହେଉଛି ଶାହରୁଖ ଖାନଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି ।

ଅଭିନେତା ଇଣ୍ଡଷ୍ଟ୍ରିରେ ନିଜେ ଜଣେ ସଫଳ ଅଭିନେତା ହେବା ସଙ୍ଗେସଙ୍ଗେ, ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉସ୍ବ ମଧ୍ୟ ସାଜିଛନ୍ତି । ତାଙ୍କୁ ଦେଖି ଅନେକ ଲୋକ ଅଭିନେତା ହେବାର ସ୍ବପ୍ନ ଦେଖି ସଫଳ ମଧ୍ୟ ହୋଇଛନ୍ତି । ଫିଲ୍ମ ‘ଦିଓ୍ବାନା’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ଶାହରୁଖ ଖାନ୍ । ଏହାପରେ ତାଙ୍କର ଯାତ୍ରା ଆଗକୁ ବଢିଥିଲା । ଏବଂ ଆଜି ଯାଏ ସେ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ସେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଢେରସାରା ଶୁଭକାମନା ।