Sunday, November 15, 2026
Home ଆଞ୍ଚଳିକ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଘର ଘର ଦସ୍ତକ ଟିକାକରଣ

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଘର ଘର ଦସ୍ତକ ଟିକାକରଣ

10

ଭୁବନେଶ୍ୱର,୦୨/୧୧/୨୧ (ଜିଲ୍ଲା ଖବର) : ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଘର ଘର ଦସ୍ତକ ଟିକାକରଣ କାର୍ଯ୍ୟକ୍ରମ । ଘରକୁ ଘର ଯିବେ ସ୍ବାସ୍ଥ୍ୟକର୍ମୀ । ପରିବାରରେ କେଉଁ କେଉଁ ସଦସ୍ୟ ଟୀକା ନେଇ ନାହାନ୍ତି ? ଯଦି ନେଇଛନ୍ତି ଉଭୟ ଡୋଜ୍ ନା କେବଳ ଡୋଜ୍ ନେଇ ରହିଯାଇଛନ୍ତି ।

 ଏ ସଵୁ ତଥ୍ୟ ସଂଗ୍ରହ କରାଯିବା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି ।  ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍  ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକା କରଣ ଦିଆ ଯାଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ନେଇ ନଥିବା ଲୋକଙ୍କୁ ନଭେମ୍ବର ମାସରେ ପଥମ ଡୋଜ  ଟିକା ନେବାକୁ ପ୍ରବର୍ତା ଯିବ। ଯାହା ଘର ଘର ଦସ୍ତକ ଟିକା କରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।