
ମହାରାଷ୍ଟ୍ର,୦୨/୧୧/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନିଲ ଦେଶମୁଖ ଗିରଫଙ୍କୁ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ବିଭାଗ । ବଟି ଆଦାୟ ମାମଲାରେ ଅନିଲଙ୍କୁ ଗିରଫ କରିଛି ଇଡି । ମନି ଲଣ୍ଡରିଂ ନେଇ ଅନିଲ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କୁହାଯାଇଛି । 12 ଘଣ୍ଟା ଧରି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ମେଡିକାଲ ଟେଷ୍ଟ ପରେ ଅନିଲଙ୍କୁ କୋର୍ଟରେ ହାଜର କରାଯିବ ।
ମଙ୍ଗଳବାର ଅର୍ଥାତ ଆଜି ସକାଳେ ଦେଶମୁଖଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ। ଦେଶମୁଖଙ୍କୁ ଜେଲରେ ରଖିବା ପାଇଁ ଏଜେନ୍ସି କୋର୍ଟରୁ ଅନୁମତି ମାଗିବ। ସୋମବାର ରାତି ପ୍ରାୟ 11.40 ସମୟରେ ଦେଶମୁଖ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ଇଡିର ସହକାରୀ ନିର୍ଦ୍ଦେଶକ ତାସିନ ସୁଲତାନ ଏବଂ ତାଙ୍କ ଟିମ୍ ଦେଶମୁଖଙ୍କୁ ଲଗାତାର ପଚରାଉଚରା କରିଥିଲେ।


