Monday, October 19, 2026
Home ଆଞ୍ଚଳିକ ସୋସିଆଲ ମିଡିଆ ଆକାଉଂଟ ଡିଲିଟ୍ କଲେ ରାଜ୍ କୁନ୍ଦ୍ରା

ସୋସିଆଲ ମିଡିଆ ଆକାଉଂଟ ଡିଲିଟ୍ କଲେ ରାଜ୍ କୁନ୍ଦ୍ରା

7

ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରା , ଯିଏକି ଏମିତି ଏକ ସମୟ ଥିଲା , ଯେତେବେଳେ ସେ  ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଥିଲେ । ପତ୍ନୀ ଶିଳ୍ପାଙ୍କ ସହ ଫଟୋ, ଭିଡିଓ ସେୟାର କରୁଥିଲେ । ହେଲେ ଏବେ ସେ ଏକ ବଡ ନିଷ୍ପତି ନେଇ, ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି । ସେ ତାଙ୍କର ଇନଷ୍ଟାଗ୍ରାମ, ଟ୍ବିଟର  ଆକାଉଂଟ ଡିଲିଟ କରିଛନ୍ତି ।

ପ୍ରକାଶ ଥାଉକି, ଚଳିତ ବର୍ଷ ଜୁଲାଇ ମାସରେ  ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଓ ଅପଲୋଡ କରିବା ମାମଲାରେ ଗିରଫ ହୋଇ, ପାଖାପାଖି ୨ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ୍ ମିଳିଥିଲା । ଆଉ ଏବେ ସେ ପୁଣି ସାଧାରଣ ଜୀବନ ଯାପନ କରୁଛନ୍ତି । ହେଲେ ଏବେ ତାଙ୍କର  ସୋସିଆଲ ମିଡିଆରୁ ହଠାତ୍ ଦୂରେଇ ଯିବାର ନିଷ୍ପତି ସମସ୍ତଙ୍କୁ ଚକିତ କରିଛି ।