
ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବଡ ପୁଅ ତୈମୁର ଅଲ୍ଲୀ ଖାନର୍ ଛୋଟବେଳୁ ହିଁ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି । ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହଁନ୍ତି । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ, ଫ୍ୟାନ୍ସମାନେ ଚାହିଁ ରହିଥାଆନ୍ତି । ଫଟୋ ହେଉ ବା ଭିଡିଓ, ଆସିବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଏ । ତେବେ ନିକଟରେ ବାପା ସୈଫଙ୍କ ସହ ନଜର ଆସିଥିଲେ ତୈମୁର । ଯେଉଁଥିରେ ସେ ଏକ ଧଳା ରଙ୍ଗର ସାର୍ଟ ଏବଂ ସଟ୍ସ ପ୍ୟାଣ୍ଟରେ ନଜର ଆସୁଛନ୍ତି ।
ପ୍ରକୃତରେ ଏହି ଲୁକରେ ସୈଫଙ୍କ ସହ ତୈମୁର ଆଉଟଡୋର ଆକ୍ଟିଭିଟିଜ୍ ପାଇଁ ବାହାରିଥିଲେ । ଆଉ ଏହାରି ମଧ୍ୟରେ ହଠାତ୍ ତୈମୁରଙ୍କୁ କାନ ପାଖରେ ସୈଫ କିଛି କହିବା ପରେ, ତୈମୁର ହାତ ଯୋଡୁଥିବା ନଜର ଆସୁଛନ୍ତି । ବିରଲ ଭୟାନି ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋ ପୋଷ୍ଟ କରି କ୍ୟାପ୍ସନରେ ‘ ବେଟା ନମସ୍ତେ କରୋ’ ବୋଲି ଲେଖା ଯାଇଛି ।
ତେବେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହିତ ରିଆକ୍ସନ ମଧ୍ୟ ଦେଉଛନ୍ତି ।


