
ମୟୂରଭଞ୍ଜ, ୦୨/୧୧/୨୧ (ଜିଲ୍ଲା ଖବର) : ମୟୂରଭଞ୍ଜ ଜିଲ୍ଲା ସିଙ୍ଗଡା ବହଡାଗୋଡା ୪୯ ନମ୍ବର ରାଜ୍ୟ ରାଜପଥର ଝାରପୋଖରିଆ ଥାନା ବମ୍ବେଛକ ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ବହଡାଗୋଡା ଦିଗରୁ ଆସୁଥିବା ଟ୍ରକ ମହିଳାଙ୍କୁ ପଛପଟୁ ଧକ୍କା ହେବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଖଡିପାହାଡ଼ି ଗ୍ରାମର ଚମ୍ପା ହେମ୍ବ୍ରମ। ପ୍ରଥମେ ତାଙ୍କୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।



