Thursday, November 12, 2026
Home ଆଞ୍ଚଳିକ ୫୦ ଲକ୍ଷ ଟଙ୍କାର ଡିଜାଇନର ଡ୍ରେସ୍ ପିନ୍ଧିଲେ ଉର୍ବଶୀ

୫୦ ଲକ୍ଷ ଟଙ୍କାର ଡିଜାଇନର ଡ୍ରେସ୍ ପିନ୍ଧିଲେ ଉର୍ବଶୀ

11

ନୂଆଦିଲ୍ଲୀ , ୦୨/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା  ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସବୁବେଳେ ସେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ  ରୁହନ୍ତି । ଷ୍ଟାଇଲିଷ୍ଟ ଲୁକରେ ସେ ସମସ୍ତଙ୍କୁ ଦିଓ୍ବାନା କରନ୍ତି । ଡ୍ରେସିଂ ସେନ୍ସ ମଧ୍ୟ ତାଙ୍କର ଏକଦମ୍ ଜବରଦସ୍ତ । ଅନେକ ସମୟରେ ସେ ତାଙ୍କ ଡ୍ରେସକୁ ନେଇ ଚର୍ଚ୍ଚାରେ ରୁହନ୍ତି ।

ଉର୍ବଶୀଙ୍କୁ ନିକଟରେ ଫିଲ୍ମଫେୟାର ଆଓ୍ବାର୍ଡରେ ଇଣ୍ଟରନେସନାଲ ଆଇକନ ଅଫ ଦି ଇୟରରେ ସମ୍ମାନିତ କରାଯାଇଥିଲା ।  ତେବେ ଆଓ୍ବାର୍ଡ ମିଳିବା ପରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏକ ନୀଳ ରଙ୍ଗର  ଖୁବ୍ ସୁନ୍ଦର ଆଉଟଫିଟରେ ଖୁବ୍ ସୁନ୍ଦର ଦେଖା ଯାଉଥିଲେ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଥିରେ ସେ ପିନ୍ଧିଥିବା ଡ୍ରେସର ମୂଲ୍ୟ ୫୦ଲକ୍ଷ ଟଙ୍କା । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ଯେ ସେ ଏତେ ଦାମୀ ପୋଷକ ପିନ୍ଧିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ତାଙ୍କ ଡ୍ରେସକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ‘ ଥ୍ୟାଙ୍କ୍ ୟୁ ଫିଲ୍ମଫେୟାର ‘ ଇଣ୍ଟରନେସନାଲ ଆଇକନ ଅଫ ଦି ଇୟର ‘୨୦୨୧ ଆଓ୍ବାର୍ଡ’  ବୋଲି ସେ ଲେଖିଛନ୍ତି ।