Home ଆଞ୍ଚଳିକ ପେଟ୍ରୋଲ ପମ୍ପ ନିକଟରୁ ୭ ଫୁଟ ଲମ୍ବ ଏକ ଅଜଗର ସାପ ଉଦ୍ଧାର

ପେଟ୍ରୋଲ ପମ୍ପ ନିକଟରୁ ୭ ଫୁଟ ଲମ୍ବ ଏକ ଅଜଗର ସାପ ଉଦ୍ଧାର

11

ଯାଜପୁର ,୦୨/୧୧/୨୧ (ଜିଲ୍ଲା ଖବର) : ଯାଜପୁର ରୋଡ ଥାନା ଦଳା ଛକ ନିକଟରେ ଥିବା ସାହୁ ପେଟ୍ରୋଲ ପମ୍ପ ନିକଟରୁ ୭ ଫୁଟ ଲମ୍ବ ଏକ ଅଜଗର ସାପ ଉଦ୍ଧାର ହେଇଥିବା ଜଣାପଡିଛି l ସୋମବାର ସନ୍ଧ୍ୟାରେ ଏକ ବିରାଟକାୟ ଅଜଗର ସାପ ସାହୁ ପେଟ୍ରୋଲ ପମ୍ପ ନିକଟକୁ ସହରର ମୁଖ୍ୟ ରାସ୍ତାକୁ ଦେଇ ଯାଉଥିଲା l  ରାସ୍ତାରେ ଏତେ ବଡ଼ ସାପ ଯାଉଥିବା ଦେଖି ଲୋକେ ଭୟଭୀତ ହେଇ ଯାଇଥିଲେ l

ଏଥିସହିତ ତୁରନ୍ତ ସାପଟିକୁ ଧରିବାକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଫୋନ କରି ଡାକିଥିଲେ l ତେବେ ଫୋନ ପାଇ ମଣିଭଦ୍ର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଦୀର୍ଘ ସମୟ ଚେଷ୍ଟା ପରେ ସାପଟିକୁ ଧରିବାରେ ସଫଳ ହେଇଥିଲେ l