
ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କୁ ଇନଷ୍ଟାଗ୍ରାମ ମାଧ୍ୟମରେ ଆଇନଗତ ନୋଟିସ ପଠାଇବାକୁ ଧମକ ଦେଲେ, ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ହୁମାଙ୍କ ପୋଷ୍ଟକୁ ସେୟାର କରି ସୋନାକ୍ଷୀ ଲେଖିଛନ୍ତି ଯେ, କେବଳ ତୁମର ପ୍ରଶଂସା ପାଇଁ ମୋର ଫଟୋ ପୋଷ୍ଟ କରିବା ବନ୍ଦ କର । ଏଥିପାଇଁ ମୁଁ ଏକ ଆଇନଗତ ନୋଟିସ ପଠାଉଛି । ତେବେ ଏହି ଧମକ ସତ ନୁହଁ, ଥଟ୍ଟାରେ ଏପରି କରିଛନ୍ତି ସୋନାକ୍ଷୀ । ସୋନାକ୍ଷୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ହାଲୋଏନ୍ ପୋଷ୍ଟ ସେୟାର କରି ହୁମାଙ୍କୁ ଥଟ୍ଟା କରିଛନ୍ତି ।
ଇନଷ୍ଟାଗ୍ରାମରେ ହୁମା କ୍ୟୁରେଶି ସେୟାର କରିଥିବା ଫଟୋରେ ସେ ତାଙ୍କ ହାତରେ ଏକ ମାସ୍କ ଧରି ମୁହଁକୁ ଘୋଡାଇ ରଖିଛନ୍ତି । ସେହି ମାସ୍କରେ କେବଳ ହୁମାଙ୍କ ଆଖି ଦେଖା ଯାଉଛି ।ଏଥିରେ ସେ ଏକ କଳା ପୋଷାକ ପିନ୍ଧିଛନ୍ତି । ଏବଂ ଏଥିରେ ସୋନାକ୍ଷୀ କମେଣ୍ଟରେ ଲେଖିଛନ୍ତି, “ଏକ୍ସକ୍ୟୁଜ୍ ମି ମୋ ବିନା ଅନୁମତିରେ ମୋ ଫଟୋ କାହିଁକି ସେୟାର କରୁଛନ୍ତି ଆପଣ ? ପୁଣି ଏପରି ସେୟାର କରୁଛନ୍ତି ଯେପରି ଏହା ଆପଣଙ୍କର।” । ଏହା ସହିତ ସେ ହସୁଥିବାର ଇମୋଜି ସେୟାର କରିଛନ୍ତି ।


