Thursday, November 12, 2026
Home ଆଞ୍ଚଳିକ କିଙ୍ଗ୍ ଖାନଙ୍କ ଜନ୍ମଦିନରେ ଝଲସୁଛି ‘ମନ୍ନତ’

କିଙ୍ଗ୍ ଖାନଙ୍କ ଜନ୍ମଦିନରେ ଝଲସୁଛି ‘ମନ୍ନତ’

7

ମୁମ୍ବାଇ, ୦୨/୧୧/୨୧ (ଜିଲ୍ଲା ଖବର) :  ଆଜି ହେଉଛି କିଙ୍ଗ୍ ଖାନଙ୍କ ଜନ୍ମଦିନ । ଆଜି  ୫୬ ବର୍ଷରେ ପାଦ ଥାପିଲେ କିଙ୍ଗ ଖାନ୍ । ତେବେ ଆଜିର ଏହି ଖାସ ଦିନରେ, ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ‘ମନ୍ନତ’ । ଆଜି ଶାହରୁଖଙ୍କ ଖୁସି କହିଲେ ନସରେ । ଗୋଟେ ପଟେ ପୁଅ ଆର୍ଯ୍ୟନ ଖାନ୍ ଶାହରୁଖଙ୍କ ଜନ୍ମଦିନରୁ ପୂର୍ବରୁ ଜେଲରୁ ମୁକୁଳି ଆସିଛନ୍ତି । ଆଉ ଆଜି ସମସ୍ତେ ମିଶି ଏହି ଜନ୍ମଦିନ ପାଳନ କରିବେ । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟିଙ୍କ ତରଫରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୂଅ ଛୁଟୁଛି । ଏହା ସହିତ ଉପହାର ମଧ୍ୟ ମିଳୁଛି ।

ଅନ୍ୟପଟେ, କିଙ୍ଗ ଖାନଙ୍କ ଜନ୍ମଦିନ ଅବସରରେ ମନ୍ନତ ବାହାରେ ଅନେକ  ଭିଡିଓ  ଭାଇରାଲ ହୋଇଛି । ଏବଂ ସେଠାରେ ପ୍ରଶଂସକଙ୍କ ଭିଡ ଜମିବା ସହିତ ନାଚ ଗୀତର ଆସର ଜମିଛି । ଏହାକୁ ଦୃଷ୍ଟିରେ ରଖି, ସେଠାରେ ପୁଲିସ୍ ଫୋର୍ସ ମଧ୍ୟ ଉପସ୍ଥିତ ଅଛନ୍ତି ।