
ନୂଆଦିଲ୍ଲୀ, ୦୨/୧୧/୨୧ (ଜିଲ୍ଲା ଖବର) : ହେଲୋୱିନ୍କୁ ନେଇ ବର୍ତ୍ତମାନ୍ ସୋସିଆଲ୍ ମିଡିଆରେ ଅନେକ ସେଲିବ୍ରେଟି ନିଜ ନିଜ ଢଙ୍ଗରେ ଫଟୋ ସେୟାର କରିଛନ୍ତି । ଏଥିରୁ ବାଦ୍ ପଡି ନାହାଁନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ସେ ମଧ୍ୟ ଏକ ଭୂତୁଣୀ ବେଶରେ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକଦମ୍ ଭୟଙ୍କର ରୂପରେ ନଜର ଆସୁଛନ୍ତି । ଯେ କେହିବି ତାଙ୍କର ଏହି ଫଟୋ ଦେଖି ତାଙ୍କୁ ଚିହ୍ନିବା ମୁସ୍କିଲ ।
ତେବେ ଏହି ହେଲୋୱିନ୍ ଲୁକ୍କୁ ଶିଳ୍ପା ଶେଟ୍ଟୀ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ଏଥିରେ ସେ ଭିନ୍ନ ଭିନ୍ନ ପୋଜ ଦେଉଥିବା ନଜର ଆସୁଛନ୍ତି । କିନ୍ତୁ ଶିଳ୍ପାଙ୍କର ଏହି ଭୂତୂଣୀ ଲୁକକୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।


