
ଭୁବନେଶ୍ୱର, ୦୨/୧୧/୨୧ (ଜିଲ୍ଲା ଖବର) : ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ଦିନକୁ ଦିନ ବଢିବାର ଲାଗିଛି। ପୁଣି ରାଜଧାନୀରୁ ବ୍ରାଉନ ସୁଗାର ଜବତ ହୋଇଛି। 100 ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଏହାସହ 2 ଜଣଙ୍କୁ ଗିରଫ କରାଯାଇଛି । ଭୁବନେଶ୍ବର ଅବକାରୀ ବିଭାଗ ଏମାନଙ୍କୁ ଗିରଫ କରିଛି । ତେବେ ପଣ୍ଡା ପାର୍କ ନିକଟରେ ଡିଲ୍ ବେଳେ ଚଢାଉ ହୋଇଥିଲା ।



