Sunday, November 15, 2026
Home ଆଞ୍ଚଳିକ ଦର ଦାମ ବୃଦ୍ଧି ପ୍ରତିବାଦ ରେ ମହିଳା ବିଜୁ ଜନତା ଦଳ ର ବିଶାଳ ରାଲି

ଦର ଦାମ ବୃଦ୍ଧି ପ୍ରତିବାଦ ରେ ମହିଳା ବିଜୁ ଜନତା ଦଳ ର ବିଶାଳ ରାଲି

48

ବିଷମ କଟକ ,ତା ୧-୧୧-(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ର ହଜାର ହଜାର ମହିଳା ଆଜି ବିଷମ କଟକ ର କଲ୍ୟାଣ ମଣ୍ଡପ ରେ ଏକତ୍ରୀତ ହୋଇ କେନ୍ଦ୍ର ସରକାର ଙ୍କ ତୈଳଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ରେ ଏକ ବିଶାଳ ରାଲି କରି ବିଷମ କଟକ ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି ।
ବର୍ତ୍ତମାନ ର କେନ୍ଦ୍ର ସରକାର ବାରମ୍ବାର ଡିଜେଲ ପେଟ୍ରୋଲ ଓ ରନ୍ଧନ ଗ୍ୟାସ , ଓ ଖାଉଟି ସାମଗ୍ରୀ ଦର ର ବାରମ୍ବାର ଦର ବୃଦ୍ଧି ଫଳରେ ସାଧାରଣ ଭାବେ ଖାଉଟି ଙ୍କ ଜୀବନ ଉପରେ ପ୍ରଭାବ ପଡି ଜୀବନ ଜୀବିକା ପାଇଁ
କଷ୍ଟ ହେଉଛି ଏଣୁ ଏହା ଉପରେ
ରୋକ ଲଗାଯାଉ ।ଏବଂ ସାଧାରଣ ଲୋକ ମାନଙ୍କ ଅସହ୍ୟ ହୋଇ ପଡୁଛନ୍ତି ଓ ରୋଷେଇ ଶାଳ ଉପରେ ଏହା ଓ ଉପରେ ସିଧାସଳଖ ପ୍ରଭାବ ପଡୁଛି ଏଣୁ ଏହାର ସମାଧାନ ପାଇଁ ବିକଳ୍ପ ବ୍ୟବସ୍ଥା
ଗ୍ରହଣ କରିବା ଉଦ୍ଧେଶ୍ୟରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ଅଧିକାଂଶ ମହିଳା ଗ୍ୟାସ ପାଇଁ କେନ୍ଦ୍ର ସରକାର ଉଜ୍ବଳା
ଯୋଜନା ବିପଥଗାମୀ ହେଉଥିବା ଜଣେଇଛନ୍ତି । ବିଭିନ୍ନ ନାରାବାଜି ସହ ବିଷମକଟକ କମ୍ୟୁନିଟି ହାଲ ରୁ ବ୍ଲକ ଯାଏ ଏଇ ରାଲି ଅନୁଷ୍ଠିତ ହୋଇଛି । ଅନ୍ୟପଟେ ଏଥିରେ ବି . ଜେ . ଡି ର ଜ଼ୀଲ୍ଲା ସଂପାଦକ ଶ୍ରୀ ପୂର୍ଣ୍ଣ ଗୌଡ଼ , ଯୁବ ସଂପାଦକ , ଡି ଶିବ ପ୍ରସାଦ ଯୁବ ବିଜେଡି ରାଜ୍ୟ , ସଂପାଦକ ଜ୍ୟୋତି ସାହୁ , ନାନୁ ପଣ୍ଡା , ନାରୀ ନେତ୍ରୀ ଶ୍ରୀମତୀ ଶକୁନ୍ତଳା ନୁଣ୍ଡରୁକା ,
ରତନ ଜୈନ , ଦେବୀ ପଟନାୟକ , ଗୋପାଳ ପଟନାୟକ ପ୍ରମୁଖ ଯୋ।ଗ ଦେଇଥିଲେ ।