
ଖୋର୍ଦ୍ଧା ,୦୧/୧୧/୨୧(ଜିଲ୍ଲା ଖବର) :- ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ୱାରା 26 ଅକ୍ଟୋବରରୁ 01 ନଭେମ୍ବର 2021 ପର୍ଯ୍ୟନ୍ତ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରିବାର ଏକ ଅଂଶ ଭାବରେ ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଙ୍କ ଦ୍ୱାରା ଏକ ନୁକ୍କଡ ନାଟକ ପ୍ରଦର୍ଶନ କରା ଯାଇଥିଲା । ଉଦ୍ଦେଶ୍ୟ ଥିଲା ଆତ୍ମନିର୍ଭରଶୀଳ ହେବା ଏବଂ ଦୁର୍ନୀତି ବିରୋଧରେ ଲଢିବା ର ବାର୍ତ୍ତା ପ୍ରଚାର କରିବା ।
ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ସମୟରେ ମଣ୍ଡଳ ଅନେକ କାର୍ଯ୍ୟକ୍ରମ ପରିଚାଳନା କରିଛି, ଯେପରିକି ଅଖଣ୍ଡତା ପ୍ରତିଶ୍ରୁତି, କର୍ମଚାରୀଙ୍କ ପାଇଁ ପ୍ରବନ୍ଧ ପ୍ରତିଯୋଗିତା, ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପେଣ୍ଟିଂ ପ୍ରତିଯୋଗିତା, ସେମିନାର୍ ଇତ୍ୟାଦି |
ପ୍ରତିଯୋଗିତାର ବିଜେତାମାନଙ୍କୁ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ମୁଖ୍ୟ ଚିକିତ୍ସା ଅଧୀକ୍ଷକ, ଶ୍ରୀ ଗୌରୀ ଶଙ୍କର ରାଓ, ସମସ୍ତ ଶାଖା ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଶ୍ରୀ ରଂଜନ କୁମାର ମହାନ୍ତି, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ, କାର୍ଯ୍ୟକ୍ରମ ସ°ଯୋଜନା କରି ଥିଲେ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



