Tuesday, November 17, 2026
Home ଆଞ୍ଚଳିକ ଘର ଆଗରୁ ମୋଟରସାଇକେଲ୍ ଲୁଟ୍

ଘର ଆଗରୁ ମୋଟରସାଇକେଲ୍ ଲୁଟ୍

20

ବେଲଗୁଣ୍ଠା; ୦୧/୧୧(ଜିଲ୍ଲା ଖବର): ବେଲଗୁଣ୍ଠା ସହରର ଜନୈକ ବ୍ୟକ୍ତିଙ୍କ ଘର ଆଗରୁ ଦୁର୍ବୃତ୍ତ ଏକ ମୋଟରସାଇକେଲ୍ ଲୁଟିନେବା ଘଟଣା ସହର ବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବାଲିଡ଼ି ସ୍କୁଲ୍ ନିକଟରେ ରହୁଥିବା ପଞ୍ଚାନନ ପାଣିଗ୍ରାହୀ ଗତ 29 ତାରିଖରେ ସବୁଦିନ ଭଳି ନିଜ OD32D1380 ନମ୍ବର୍ ବିଶିଷ୍ଟ ନୀଳ ରଙ୍ଗର ଗ୍ଲାମର ମୋଟରସାଇକେଲ୍ ଟିକୁ ନିଜ ଘର ଆଗରେ ରଖି ସେ ଘରେ ଥିଲେ I ଗାଡ଼ିଟି ଘର ଆଗରେ ଦିନ 2 ଘଣ୍ଟା ତିରିଶ ମିନଟ୍ ପର୍ଯ୍ୟନ୍ତ ଥିବା ବେଳେ ପଞ୍ଚାନନ 2 ଘଣ୍ଟ 55 ମିନଟ୍ ରେ ସେ ବାହାରକୁ ଆସିବା ବେଳକୁ ମୋଟରସାଇକେଲ୍ ଟି ସେଠାରୁ କିଏ ଚୋରି କରି ନେଇଯାଇଥିବା ଜାଣିବାକୁ ପାଇଥିଲେ I ଘଟଣା ନେଇ ପଞ୍ଚାନନ ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିଲେ I ପରେ ସହରର ବିଭିନ୍ନ ସ୍ଥାନର ସିସିଟିଭି କ୍ଯାମେରା ଯାଞ୍ଚ୍ କରିବା ପରେ ପଞ୍ଚାନନ ଚଢେୟାପଲ୍ଲୀ ଛକରେ ଥିବା ଏକ ସିସିଟିଭି ଭିଡିଓରୁ ନିଜ ବାଇକ୍ ଟିକୁ ଚିହ୍ନଟ କରିପାରିଥିଲେ I ଦୁର୍ବୃତ୍ତ ଜଣଙ୍କ ବାଇକ୍ ଟିକୁ ନେଇ ବାଲିପଦର ଅଭିମୁଖେ ପଳାଇଥିବା ସିସିଟିଭି ଫୁଟେଜ୍ ରୁ ଜଣା ପଡୁଛି I ବେଲଗୁଣ୍ଠା ସହରରେ ବାରମ୍ବାର ଏମିତି ଚୋରି ଘଟଣା ଘଟୁଥିବା ଯୋଗୁଁ ସହରବାସୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି I ତେଣୁ ସ୍ଥାନୀୟ ପୋଲିସ୍ ଅଧିକ କଠୋର ହେବା ସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରି ଅଞ୍ଚଳର ଚୋର, ଡ଼କାୟତ ଏବଂ ଅସାମାଜିକ ମାନଙ୍କୁ ସାବାଡ଼୍ କରିବା ପାଇଁ ସହରବାସୀ ଦାବି କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ