ମିଶନ ଜୀବିକା ତରଫରୁ ବନ ସୁରକ୍ଷା ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଓ କ୍ଲଷ୍ଟର ଅଡିଟ କାର୍ଯ୍ୟକ୍ରମ

57

ଟାଙ୍ଗରପାଲି, ୧.୧୧.୨୧(ଜିଲ୍ଲା ଖବର): ସମନ୍ଵିତ ଆଦିବାସୀ ବିକାଶ ସଂସ୍ଥା, ସୁନ୍ଦରଗଡ ତରଫରୁ ଚାଲୁଥିବା ମିଶନ ଜୀବିକା କାର୍ଯ୍ୟକ୍ରମ ଓ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ମିଳିତ ଉଦ୍ୟମରେ ବିଲାତି ଚାଷ କରୁଥିବା ଚାଷୀ ମାନଙ୍କ ପ୍ରଶିକ୍ଷଣ ଶିବିର ଓ କ୍ଲଷ୍ଟର ଅଡିଟ କାର୍ଯ୍ୟକ୍ରମ ମେଘଡେଗା ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମିଶନ ଜୀବିକା ସହାୟତାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟ।ୟରେ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ୧୬ ଟି ବନ ସୁରକ୍ଷା ସମିତିରେ ୨୭୦ ଜଣ ଚାଷୀଙ୍କୁ ନେଇ ୪ ଟି ବିଲାତି କ୍ଲଷ୍ଟର ଗଠନ କରାଯାଇଛି ଏବଂ ୧୭୦ ଏକର ଜମିରେ ବିଲାତି ଚାଷ କରାଯାଉଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ଓ କ୍ଲଷ୍ଟର ଅଡିଟ କାର୍ଯ୍ୟକ୍ରମରେ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ବୁଡାବାହାଲ, ତୁରୁଙ୍ଗାଗଡ, ମେଘ୍ଡ଼େଗା, ଚାରପରା, ପଟେଲପରା, ଲିମଡ଼ିହି ଓ ତିନିକୁଡା ବନ ସୁରକ୍ଷା ସମିତିର ୬୮ ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ ସଭା ପରିଚାଳନା କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ସୁନ୍ଦରଗଡ ଖଣ୍ଡିୟ ପରିଚାଳନା ସଂସ୍ଥାର ବିଷୟଗତ ବିଶେଷଜ୍ଞ ଗୋପାଳ ଚନ୍ଦ୍ର ଶୁକ୍ଳ ବିଭିନ୍ନ ଋତୁକାଳିନ କୃଷି ଭିତ୍ତିକ ଯୋଜନା ଓ ସାମୁହିକ ବଜାର ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦେଇଥିଲେ। ମେଘ୍ଡ଼େଗା ସରପଞ୍ଚ କ୍ଷୀରୋଦିନୀ ଧୃଆ ନିଜ ପଞ୍ଚାୟତରେ ବିଭିନ୍ନ ଏକାଭିମୁଖୀତାର ସଫଳ ପ୍ରଣୟନ ହେଉଥିବାରୁ ଆଇ.ଟି.ଡି.ଏ.,ସେବକ ଓ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପକୁ ସାଧୁବାଦ ଜଣାଇଥିଲେ ତଥା ଭୂୟସୀ ପ୍ରଶଂସା କରିଥିଲେ। ଆଇ.ଟି.ଡି.ଏ.ର ଟେକନିକାଲ ଏକ୍ସପର୍ଟ ସୁପ୍ରିୟା ନାଏକ ବିଲାତି ଫସଲର ଯତ୍ନ, ରୋଗ ପୋକ ନିୟନ୍ତ୍ରଣ ତଥା ମୂଲ୍ୟ ବୃଦ୍ଧି ଉପରେ ତାଲିମ ପ୍ରଦାନ କରିଥିଲେ। ଆଇ.ଟି.ଡି.ଏ.ର ବିଷୟଗତ ବିଶେଷଜ୍ଞ ରୂପଶ୍ରୀ ଖୁଣ୍ଟିଆ କ୍ଲଷ୍ଟର ଅଡିଟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟ କ୍ରମରେ ସାମିଲ ହୋଇ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବା ତଥା ଜଙ୍ଗଲ ସୁରକ୍ଷା କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଏକ କ୍ଷେତ୍ର ପରିଦର୍ଶନର ଆୟୋଜନ ତୁରୁଙ୍ଗାଗଡ ବନ ସୁରକ୍ଷା ସମିତିର ଅନନ୍ତ ମାଝୀଙ୍କ ବିଳରେ କରଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବନପାଳ ନିତିନ କଛାରିଆ, ବନରକ୍ଷୀ ଦୋଲ ଗୋବିନ୍ଦ ପାଣିଗ୍ରାହୀ, ସଂଯୋଜକ ସବ୍ୟସାଚୀ ରଥ, ସେବକର ହରିପ୍ରିୟା ନାଏକ, ମନୋରଞ୍ଜନ ମଲ୍ଲିକ, ସୁରଭି ଖରସେଲ, ଇନ୍ଦୁଲତା ତିଗ୍ଗା , ସୁଶୀଲ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ବିଶ୍ୱରଞ୍ଜନ ହୋତା