Tuesday, November 17, 2026
Home ଆଞ୍ଚଳିକ ତୈଳଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଲା ହିଂଜିଳି ମହିଳା ବିଜେଡି

ତୈଳଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଲା ହିଂଜିଳି ମହିଳା ବିଜେଡି

21

ହିଂଜିଳି କାଟୁ, ୦୧/୧୧/୨୧(ଜିଲ୍ଲା ଖବର): ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇଛି ହିଂଜିଳି ମହିଳା ବିଜେଡି ।ମହିଳା ବିଜେଡି ମୁନିସିପାଲଟି ସଭାନେତ୍ରୀ ବୈଜନ୍ତି ପଟ୍ଟନାୟକ ଓ ବ୍ଲକ ସଭାନେତ୍ରୀ ମମତା ରେଡିଙ୍କ ନେତୃତ୍ୱରେ ଶତାଧିକ ମହିଳା ତହସିଲ କାର୍ଯ୍ୟାଳୟ ରୁ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଏକ ରାଲି ମାଧ୍ୟମରେ ପ୍ରତିବାଦ କରିଛନ୍ତି।ଇନ୍ଧନ ଗ୍ୟାସ୍ ଦର ହଜାରେ ଟଙ୍କା ପାଖାପାଖି ରହିଛି । ଏହା ମଧ୍ୟବିତ୍ତଙ୍ଗ ଲାଗି ବୋଝ ଉପରେ ନଳିତା ବିଡ଼ା ଦର ବୃଦ୍ଧି ଯନ୍ତ୍ରଣାଦାୟକ, ଦୁର୍ଭାଗ୍ୟ ଜନକ ବୋଲି କହିଛି ମହିଳା ବଜେଡି । ମହାମାରୀ ଓ ଲକଡାଉନ୍ ଯୋଗୁଁ ଲୋକେ ପରିବାର ପ୍ରତିପୋଷଣ ପାଇଁ ସଂଗ୍ରହ କରୁଛନ୍ତି । ପ୍ରେସମିଟରେ ଏ ସୂଚନା ଦେଇଥିଲେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କରୋନା ମହାମାରୀ ପ୍ରଭାବ କମୁଥିବା ବେଳେ ଦରଦାମ ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ପ୍ରତି ପରିବାରକୁ ଏହା କଷ୍ଟ ଦେଉଥିବା କହିଛନ୍ତି ବ୍ଲକ ମହିଳା ସଭାନେତ୍ରୀ ମମତା ରେଡି।
ରିପୋର୍ଟ : ତାପସ କୁମାର ପଣ୍ଡା