Thursday, November 12, 2026
Home ଆଞ୍ଚଳିକ ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପଦର୍ଶନ

ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପଦର୍ଶନ

45

ଜଟଣୀ,୦୧/୧୧/୨୧ (ଜିଲ୍ଲା ଖବର):- ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଜଟଣୀ ମହିଳା ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପଦର୍ଶନ କରାଯାଇଅଛି l ଏଥିରେ ଜଟଣୀର ପୂର୍ବତନ ବିଜୁ ଜନତା ଦଳର ବିଧାୟକ ବିଭୁତି ବଳବନ୍ତରାୟ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତରେ ଭାବେ ପ୍ରଭାବିତ ହୋଇଛନ୍ତି l କେନ୍ଦ୍ରରେ କ୍ଷମତାସିନ ଭାରତୀୟ ଜନତା ଦଳ ଏହି ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ l ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି l ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ l ଏହି ପ୍ରତିବାଦରେ ମହିଳାମାନେ ଗହଳି ପୂର୍ଣ୍ଣ ରାସ୍ତାରେ ଚୁଲି ଜାଳିଲେ,ଗ୍ୟାସ ସିଲିଣ୍ଡର ରଖି ଗଣଧାରଣା ଦେଲେ ଏବଂ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପାତ୍ର ବିଡ଼ିଓଙ୍କୁ ପ୍ରଦାନ କଲେ l ଆଗାମୀ ଦିନରେ କେନ୍ଦ୍ରସରକାର ଯଦି ଦରଦାମ ନିୟନ୍ତ୍ରଣ ନ କରେ ଏ ଆନ୍ଦୋଳନ ଗାଁ ଗହଳିଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ଦଳର ସାଂସଦ ମୁନ୍ନା ଖାଁ ଚେତାଇ ଦେଇଛନ୍ତି l ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ଆଇନଜୀବି କୈଳାସ ପାତ୍ର ଯୋଗ ଦେଇ କେନ୍ଦ୍ରସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଆଜି ସାରା ଦେଶ ହନ୍ତସନ୍ତ ହେଉଥିବା କହିଥିଲେ l ଏହି ବିକ୍ଷୋଭ ପ୍ରଦର୍ଶନରେ ମହିଳା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦେବସ୍ମିତା ଦାଶ, ନାରୀ ନେତ୍ରୀ ସ୍ମିତା ସୁବୁଦ୍ଧି, ନମିତା ପାଲ ସମେତ ଶତାଧିକ ମହିଳା ଯୋଗ ଦେଇ କେନ୍ଦ୍ରସରକାରଙ୍କ ଗରିବ ମାରଣ ନୀତିରେ ଦୃଢ଼ ପ୍ରତିବାଦ କରିଥିଲେ l
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର