Wednesday, October 14, 2026
Home ଆଞ୍ଚଳିକ ଏକ ଘଣ୍ଟାରେ ବିକ୍ରି ହେଲା Redmi Note 11 Seriesର ୫ ଲକ୍ଷରୁ ଅଧିକ ଫୋନ୍,...

ଏକ ଘଣ୍ଟାରେ ବିକ୍ରି ହେଲା Redmi Note 11 Seriesର ୫ ଲକ୍ଷରୁ ଅଧିକ ଫୋନ୍, ଆଜି ଥିଲା ପ୍ରଥମ ସେଲ୍

14

ନୂଆଦିଲ୍ଲୀ, ୦୧/୧୧/୨୧ (ଜିଲ୍ଲା ଖବର) : ସାଓମି କିଛି ଦିନ ପୂର୍ବରୁ Redmi Note 11 Series ଲଞ୍ଚ କରିଥିଲା । ଚୀନରେ ଲଞ୍ଚ ହୋଇଥିବା ଏହି ସିରିଜ୍ ଅଧୀନରେ ତିନିଟି ସ୍ମାର୍ଟଫୋନ୍ ଯେପରିକି- ରେଡମି ନୋଟ୍ ୧୧, ରେଡମି ନୋଟ୍ ୧୧ ପ୍ରୋ ଏବଂ ୧୧ ପ୍ରୋ ପ୍ଲସ୍ । ଖାସ୍ କଥା ହେଉଛି ଏହି ନୂତନ ସ୍ମାର୍ଟଫୋନ୍ ର ସିରିଜକୁ ୟୁଜର୍ସଙ୍କର ଜବରଦସ୍ତ ରେସପନ୍ସ ମିଳିଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ପ୍ରଥମ ସେଲରେ ଏକ ଘଣ୍ଟା ମଧ୍ୟରେ ଏହି ସିରିଜ୍ ର ୫ ଲକ୍ଷରୁ ଅଧିକ ସ୍ମାଟଫୋନ୍ ବିକ୍ରି ହୋଇଛି । ତେବେ ଚାଇନା କମ୍ପାନୀ ଆଜି ହିଁ ଏହି ଫୋନକୁ ସେଲ୍ ପାଇଁ ଉପଲବ୍ଧ କରାଇଥିଲା । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସିରିଜ୍ ର ରେଡମି ନୋଟ୍ ୧୧ ସ୍ମାର୍ଟଫୋନ୍ ରେ 2400×1080 ପିକ୍ସଲ ରିଜଲ୍ୟୁସନ୍ ସହିତ ୬.୬ ଇଞ୍ଚର ଡିସପ୍ଲେ ଦିଆଯାଇଛି । ଏହି ଡିସପ୍ଲେ  90Hz ର ରିଫ୍ରେସ୍ ରେଟ୍ ରେ ଆସିଥାଏ । ସେହିପରି ନୋଟ୍ ୧୧ ସିରିଜ୍ ର ଦୁଇଟି ଯାକ ପ୍ରୋ ଭାରିଆଣ୍ଟରେ ଆପଣଙ୍କୁ 2400×1080 ପିକ୍ସଲ ରିଜଲ୍ୟୁସନ୍ ଏବଂ ୧୨୦Hz ର ରିଫ୍ରେସ୍ ରେଟ୍ ସହିତ ୬.୬୭ ଇଞ୍ଚର ଡିସପ୍ଲେ ମିଳିବ ।