ଅଜଣା ଗାଡି ଧକ୍କାରେ ଯୁବକ ମୃତ

13

ବୌଦ୍ଧ, ୦୧/୧୧/୨୧ (ଜିଲ୍ଲା ଖବର) : ବୌଦ୍ଧ ଜିଲ୍ଲାର 57ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା।  ବାଉଁଶୁଣି ଥାନା ଅନ୍ତର୍ଗତ ବହିରା ଛକ ନିକଟରେ ଅଜଣା ଗାଡି ଧକ୍କାରେ  ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବହିରା ଗ୍ରାମର ପରୀକ୍ଷିତ ରଣା । ସେ ସକାଳୁ ବହିରା ଗ୍ରାମରୁ ସହାଜପଲ ମାଠିଆ ବିକ୍ରି କରିବାକୁ ଯାଉଥିଲେ। ସେହି ସମୟରେ ସୋନପୁରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ ଅଜଣା ଗାଡି ଧକା ଦେଇଥିଲା ।

ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣି ମେଡ଼ିକାଲରେ ପ୍ରଥମେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ବାଉଁଶୁଣି ପୋଲିସ ପହଁଚି ତଦନ୍ତ କରୁଥିବା ଜଣା ପଡିଛି ।