ଭଦ୍ରକ ଚାରିଘରିଆ ସ୍ଥିତ ଶନିମନ୍ଦିର ନିକଟରେ ଦୁର୍ଘଟଣା

12

ଭଦ୍ରକ,୦୧/୧୧/୨୧ (ଜିଲ୍ଲା ଖବର) :  ଭଦ୍ରକ ଚାରିଘରିଆ ନିକଟରେ ଭାରସ୍ୟାମ ହରାଇ ଖସିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଭଦ୍ରକ ଚାରି ଘରିଆ ସ୍ଥିତ ଶନି ମନ୍ଦିର ନିକଟରେ ଏଭଳି ଦୁର୍ଘଟଣା ସାମ୍ନାକୁ ଆସିଛି । ସକାଳ ସମୟରେ କାରଟି ଯାଉଥିବାବେଳେ  ଭାରସ୍ୟାମ ହରାଇ ନୟନ ଜୋରି କୁ ଖସି ଯାଇଥିଲା ।

ଏପରିକି  ନିକଟସ୍ଥ ଦୋକାନ ଗୃହକୁ ଧକ୍କା ଦେଇ ନୟନ ଜୋରିକୁ ଗଳି ପଡିଥିଲା କାର୍ । କାର୍ ମଧ୍ୟରେ ଥିବା  ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।